ବିବାହ ଉତ୍ସବରୁ ଫେରିବା ରାସ୍ତାରେ ଦୁର୍ଘଟଣା: ଗୋଟିଏ ପରିବାରର ୬ ମୃତ

ଉତ୍ତରପ୍ରଦେଶ: ବିବାହ ଘରୁ ଫେରୁଥିବା ବେଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ୬ ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହିତ ୨୦ରୁ ଅଧିକ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି । ସେମାନେ ହେଲେ ଉତ୍ତର ପ୍ରଦେଶ ମୁରାଦବାଦର ମଝୌଲା ଥାନା ଅନ୍ତର୍ଗତ ଲାକଡ଼ୀ ଗ୍ରାମର ନିବାସୀ । ସମସ୍ତ ଆହତଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।

ମଝୌଲା ଥାନା ଅନ୍ତର୍ଗତ ଲାକଡ଼ୀ ଗ୍ରାମର ନିବାସୀ ସରୋଜ କାଶ୍ୟପଙ୍କ ନାତୁଣୀ ବିବାହଘର ଉତ୍ସବରେ ଯୋଗଦେବାକୁ ତାଙ୍କ ପରିବାର ଲୋକ ନାଖୁନକା ଗାଁକୁ ଯାଇଥିଲେ । ବିବାହରୁ ଏକ ଟ୍ରାକ୍ଟର-ଟ୍ରଲିରେ ଫେରୁଥିବା ବେଳେ ନାଖୁନକାର ମାତ୍ର କିଛି ଦୂରରେ ଟ୍ରଲିର ଚକା ବାହାରିଯାଇଥିଲା । ଫଳରେ ଟ୍ରଲିଟି ରାସ୍ତା କଡ଼କୁ ସମ୍ପର୍ଣ୍ଣ ଓଲଟି ପଡ଼ିଥିଲା । ଯଦ୍ୱାରା ଘଟଣା ସ୍ଥଳରେ ସରୋଜ କାଶ୍ୟପଙ୍କ ନାତୁଣୀ ଜ୍ୟୋତି (୬), ଜୟପାଲ, ମନୁ (୧୦), ସ୍ତ୍ରୀ ବିରମା ଦେବୀ (୫୦), ରାଜକୁମାର, ଶୀଲା, ଗବ୍ବର ଓ ପରମେଶ୍ୱରୀ ପ୍ରାଣ ହରାଇଥିଲେ । ଏହା ସହିତ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ପୋଲିସ ଓ ସ୍ଥାନୀୟ ଲୋକ ସେଠାରେ ପହଁଚି ସମସ୍ତଙ୍କୁ ଉଦ୍ଧାର କରିଛନ୍ତି । ଆହତଙ୍କ ମଧ୍ୟରୁ କିଛି ଲୋକ ଅବସ୍ଥା ସଙ୍କଟାପନ୍ନ ରହିଛି । ମେଡ଼ିକାଲରେ ସେମାନଙ୍କୁ ଠିକ୍‌ରେ ଚିକିତ୍ସା କରାଯାଉ ନ ଥିବା ମଧ୍ୟ ଅଭିଯୋଗ ହୋଇଛି । ପୋଲିସ ଘଟଣାର ଛାନଭିନ କରୁଛି ।