ସ୍କୁଲ ପିଲାଙ୍କ ଉପରେ ମାଡିଗଲା ଟ୍ରକ ୫ ମୃତ ,ସ୍କୁଲରୁ ଫେରିଲା ବେଳେ ଘଟିଲା ଦୁର୍ଘଟଣା

ଭଦ୍ରକ : ସ୍କୁଲ ଛୁଟିପରେ ପିଲା ଘରକୁ ଫେରୁଥିବାବେଳେ ଜାତୀୟ ରାଜପଥରେ ସ୍କୁଲ ପିଲାଙ୍କ ଉପରେ ଟ୍ରକ ମାଡିଗଲା । ଏଭଳି ଅଭାବନୀୟ ମର୍ମନ୍ତୁତ ସଡକ ଦୁର୍ଘଟଣା ଘଟିଛି ଭଦ୍ରକ ରାଣୀତାଲରେ । ଏଥିରେ ଘଟଣା ସ୍ଥଳରେ ହିଁ ୫...

ଭଦ୍ରକ : ସ୍କୁଲ ଛୁଟିପରେ ପିଲା ଘରକୁ ଫେରୁଥିବାବେଳେ ଜାତୀୟ ରାଜପଥରେ ସ୍କୁଲ ପିଲାଙ୍କ ଉପରେ ଟ୍ରକ ମାଡିଗଲା । ଏଭଳି ଅଭାବନୀୟ ମର୍ମନ୍ତୁତ ସଡକ ଦୁର୍ଘଟଣା ଘଟିଛି ଭଦ୍ରକ ରାଣୀତାଲରେ । ଏଥିରେ ଘଟଣା ସ୍ଥଳରେ ହିଁ ୫ ଜଣ ପିଲାଙ୍କ ମୃତ୍ୟୁ ହୋଇଛି ।

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ୍ ଚାପାରେ ୫ ସ୍କୁଲ ଛାତ୍ରଛାତ୍ରୀ ମୃତ । ୯ ଜଣ ଗୁରୁତର ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ରାଣୀତାଲ ନିକଟ ରାହାଞ୍ଜ ଛକରେ ଆଜି ଅପରାହ୍ନରେ ଘଟିଛି ଏହି ହୃଦୟ ବିଦାରକ ଦୁର୍ଘଟଣା । ଦୁର୍ଘଟଣାସ୍ଥଳର ସ୍ଥିତି ଅତ୍ୟନ୍ତ ଦୁଃଖଦାୟକ ହୋଇଥିବା ବେଳେ ଉତ୍ୟକ୍ତ ଲୋକେ ପୋଡ଼ାଜଳା କରି ରାସ୍ତା ଅବରୋଧ କରିଛନ୍ତି ।

ସ୍କୁଲ୍ ଛୁଟି ହେଲା ହସଖୁସିରେ ସାଙ୍ଗସାଥୀ ହୋଇ ପିଲାଏ ଫେରୁଥିଲେ ଗାଁକୁ ଘରେ ବସ୍ତାନି ଥୋଇ ଦେଇ ଖେଳକୁଦରେ ମାତିଥାନ୍ତେ । କିନ୍ତୁ ଜାଣି ନଥିଲେ ସେମାନେ ଆଉ ଘରେ ପହଞ୍ଚି ପାରିବେନି ବୋଲି । ଘରକୁ ଯିବା ବାଟରେ କାଳ ସେମାନଙ୍କୁ ଦଳିଚକଟି ଦେବ ବୋଲି ସେମାନେ ଭାବି ନଥିଲେ । ଆଉ ଘର ଲୋକେ ପିଲାଙ୍କ ଫେରିବା ବାଟକୁ ଚାହିଁ ବସିଥିବା ବେଳେ ଖବର ଆସିଲା ପିଲାଙ୍କ ଉପରେ ଟ୍ରକ୍ ଚଢ଼ିଯାଇଛି । ଶୁଣଇବା ଲୋକର ପାଦ ତଳୁ ମାଟି ଖସିଗଲା । ଆଉ ଗାଁ ଲୋକେ ସମସ୍ତେ ଧାଇଁଲେ ଦୁର୍ଘଟଣାସ୍ଥଳକୁ ।

ରାସ୍ତାରେ ଛିନ୍ ଛତର୍ ହୋଇ ପଡ଼ିଛି ପିଲାଙ୍କ ମୃତଦେହ । କାହା ସାଇକେଲକୁ ପୂରା ଚେପା କରି ଦେଇଛି ଆଉ କାହାର ଭାଙ୍ଗି କୁଚକୁଚା କରି ଦେଇଛି । ଲୁହାରେ ତିଆରି ସାଇକେଲର ଅବସ୍ଥା ଯଦି ଏମିତି ପିଲାଙ୍କ ଅବସ୍ଥା କେମିତି ହୋଇ ନଥିବ, ତାହା ଆପଣ ଅନୁମାନ କରନ୍ତୁ । କିଛି ପିଲାଙ୍କୁ ପିଚୁରେ ପୂରା ବାଟି ଦେଇଛି ଟ୍ରକ୍ । ଆଉ କାହାର ମୁଣ୍ଡ ଉପରେ ତ କାହାର ପୂରା ଦେହ ଉପରେ ଚଢ଼ି ଯାଇଛି । ଘଟଣାସ୍ଥଳରେ ହିଁ ୫ ଜଣ ପିଲାଙ୍କ ମୃତ୍ୟୁ ହୋଇଛି । ଆଉ କିଛି ଆହତ ହୋଇଛନ୍ତି । ସମସ୍ତଙ୍କୁ ପାଖ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଥିବା ବେଳେ ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଅତି ଗୁରୁତର ରହିଛି । ତେଣୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି । ସମସ୍ତ ମୃତହାତ ରାହାଞ୍ଜ ଗାଁର ଏବଂ ରାଣୀତାଲ ହାଇସ୍କୁଲର ସେମାନଙ୍କ ବୟସ ୧୨ରୁ ୧୫ ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି

ଉଭୟ ଦୁର୍ଘଟଣାସ୍ଥଳ ଓ ଡାକ୍ତରଖାନାରେ କାନ୍ଦବୋବାଳି । ଉତ୍ୟକ୍ତ ଲୋକେ ଏକ ଟ୍ରକକୁ ଦୁର୍ଘଟଣା ଘଟାଇଥିବା ସନ୍ଦେହ କରି କିଛି ଦୂରରେ ଅଟକାଇଥିଲେ । ଟ୍ରକଟିକୁ ଭଙ୍ଗାରୁଜା କରିବା ପରେ ସେଥିରେ ନିଆଁ ଲଗାଇ ଦେଇଛନ୍ତି । ପୋଡ଼ାଜଳା କରି ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି ଲୋକେ । ଦୁର୍ଘଟଣାର ବହୁ ସମୟ ପରେ ପୋଲିସ୍ ଓ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଭଦ୍ରକ ଜିଲ୍ଲାପାଳ, ଏସପି ଓ ଗ୍ରାମାଞ୍ଚଳ ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଲୋକଙ୍କୁ ବୁଝାଶୁଝା କରାଇବା ସହ ହସ୍ପିଟାଲରେ ଆହତଙ୍କ ଚିକିତ୍ସା ବ୍ୟବସ୍ଥା ତ୍ୱରାନ୍ବିତ କରାଇଛନ୍ତି ।

Spread the love
Categories
ଓଡିଶାବଡ ଖବର

RELATED BY