ରିୟା ଚକ୍ରବର୍ତ୍ତୀଙ୍କ ଜାମିନ୍ ଆବେଦନ ଶୁଣାଣି ସେପ୍ଟେମ୍ବର ୨୯କୁ ଘୁଞ୍ଚିଲା

ମୁମ୍ବାଇ:ଡ୍ରଗ୍ସ କାରବାରରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କର ସଂପୃକ୍ତି ଥିବା ଜଣାପଡିବା ପରେ ସେପ୍ଟେମ୍ବର ୮ ତାରିଖରେ ତାଙ୍କୁ ଗିରଫ କରାଯାଇଥିଲା । ଡ୍ରଗ୍ସ ଲି୍‌ଙ୍କ୍ ମାମଲାରେ ଗିରଫ ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ଘୁଞ୍ଚିଲା । ଆସନ୍ତା ୨୯ ତାରିଖରେ ଜାମିନ ଆବେଦନର ଶୁଣାଣି କରିବେ କୋର୍ଟ । ଡ୍ରଗ୍ସ ଲିଙ୍କ୍ ମାମଲାରେ ରିୟା ଓ ତାଙ୍କ ଭାଇ ସୌଭିକଙ୍କୁ ଗିରଫ କରିଛି ଏନସିବି । ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଫସିଛନ୍ତି ଅଭିନେତ୍ରୀ ରିୟା ।

ଏନସିବିର ପଚରା ଉଚରା ବେଳେ ଉଭୟ ରିୟା ଓ ସୌଭିକ ସ୍ୱୀକାର କରିଛନ୍ତି ଯେ, ସୁଶାନ୍ତଙ୍କ ପାଇଁ ସେମାନେ ଡ୍ରଗ୍ସ କିଣୁଥିଲେ । ତେବେ ସୁଶାନ୍ତଙ୍କ ଜୀବନରେ ଆସିବା ପୂର୍ବରୁ ରିୟା ନିଜେ ଡ୍ରଗ୍ସ ନେଉଥିବା କହିଛନ୍ତି । କିନ୍ତୁ ଏହାର ପାଶ୍ୱର୍ପ୍ରତିକ୍ରିୟାକୁ ଦେଖି ଧିରେଧିରେ ଦୂରେଇ ଯାଇଥିଲେ । କେଦାରନାଥ ଫିଲ୍ମର ସୁଟିଂବେଳେ ସୁଶାନ୍ତ ଅଧିକ ଡ୍ରଗ୍ସ ନେବା ଆରମ୍ଭ କରିଥିବା ସେମାନେ ଏନସିବିକୁ ସୂଚନା ଦେଇଛନ୍ତି ।
ଏପରିକି ରିୟାଙ୍କର କିଛି ହ୍ୱାଟ୍ସଆପ ଚାଟକୁ ହାତରେ ଲାଗିବା ପରେ, ଡ୍ରଗ୍ସ କାରବାରରେ ସଂପୃକ୍ତ ବଲିଉଡର କିଛି ବଡବଡ ଚେହେରାଙ୍କୁ ନେଇ ଏନସିବି ହାତରେ ପ୍ରମାଣ ଲାଗିଛି । ଏହାକୁ ଛନଭିନ କରି ଏନସିବି ତାର ତଦନ୍ତ ଆଗକୁ ବଢାଉଛି । ରିୟାଙ୍କ ବୟାନ ଆଧାରରେ ଏମାନଙ୍କୁ ସମନ କରିବା ପାଇଁ ପ୍ରସ୍ତୁତି କରୁଛି ।