ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାର କାରଣ ଜାଣିବା ପାଇଁ ତଦନ୍ତ ଜାରି ରହିଛି। ସନ୍ଦେହ ଘେରରେ ଥିବା ଲୋକଙ୍କୁ ପଚରାଉଚରା କରାଯାଉଛି। ସୁଶାନ୍ତଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀ ସୁଶାନ୍ତଙ୍କ ଟଙ୍କା ହେରଫେର କରିଥିବା ନେଇ ସୁଶାନ୍ତଙ୍କ ବାପା ଅଭିଯୋଗ କରିବା ପରେ ପ୍ରକୃତ ଘଟଣା କ’ଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଗତ ଶୁକ୍ରବାର ରିୟାଙ୍କୁ ଇଡି ପଚରାଉଚରା କରିଥିବା ବେଳେ ଆଜି ପୁଣି ଥରେ ଇଡି ଅଧିକାରୀ ରିୟା, ତାଙ୍କ ବାପା ଓ ଭାଇଙ୍କୁ ପଚରାଉଚରା କରିବେ। ଶୁକ୍ରବାର ରିୟା ଇଡି ଅଧିକାରୀଙ୍କ ସବୁ ପ୍ରଶ୍ନର ଉତ୍ତର ଦେଇନଥିବା ବେଳେ ତାଙ୍କୁ ଆଜି ପଚରାଉଚରା ପାଇଁ ସମନ ପଠାଯାଇଥିଲା।
ରିୟା ଚକ୍ରବର୍ତ୍ତୀ, ଭାଇ ଶୋଭିକ ଚକ୍ରବର୍ତ୍ତୀ, ପିତା ଇନ୍ଦ୍ରଜିତ ଚକ୍ରବର୍ତ୍ତୀ, ସୁଶାନ୍ତଙ୍କ ମ୍ୟାନେଜର ଶ୍ରୁତିଙ୍କୁ ସୁଶାନ୍ତଙ୍କ ଟଙ୍କା ହେରଫେର, ରିୟାଙ୍କ ଫ୍ଲାଟ, ସମ୍ପତ୍ତି, ବ୍ୟାଙ୍କରୁ ଟଙ୍କା ଉଠାଇବା ନେଇ ଇଡି ଅଧିକାରୀ ପଚରାଉଚରା କରୁଛନ୍ତି। ଶୁକ୍ରବାର ରିୟାଙ୍କୁ ସୁଶାନ୍ତଙ୍କ ଟଙ୍କା ହେରଫେର କରିବା ନେଇ ଲାଗିଥିବା ଅଭିଯୋଗ ବିଷୟରେ ପଚରାଯିବା ପରେ ସେ ଯାହା ବି କିଣିଛନ୍ତି ସବୁ ନିଜ ଟଙ୍କାରେ କିଣିଛନ୍ତି। ସୁଶାନ୍ତଙ୍କ ଟଙ୍କାକୁ ସେ ହାତ ବି ଲଗାଇନଥିବା କହିଥିଲେ। ତେବେ ଅନେକ ପ୍ରଶ୍ନର ଉତ୍ତରରେ ଇଡି ସନ୍ତଷ୍ଟ ନଥିବାରୁ ଆଜି ପୁଣି ଥରେ ତାଙ୍କୁ ପଚରାଉଚରା କରାଯିବ।