ବିଜେପୁର:ବହୁ ଚର୍ଚ୍ଚିତ ବିଜେପୁର ମହାସମରରେ ବିଜେଡି ପ୍ରାର୍ଥୀ ରୀତା ସାହୁ ବହୁମତ ପାଇ ବିଜୟିନୀ ହୋଇଥିଲେ। ତେବେ ଆଜି ବିଧାନସଭାରେ ବିଜେପୁର ବିଧାୟିକା ଭାବେ ରୀତା ସାହୁ ଶପଥ ନେଇଛନ୍ତି। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ରୀତାଙ୍କୁ ଶପଥ ପାଠ କରାଇଛନ୍ତି।
ରୀତା ସାହୁ ବିଜେପୁର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ସନତ ଗଡତିଆଙ୍କୁ ପ୍ରାୟ ୯୮ ହଜରା ଭୋଟରେ ପରାସ୍ତ କରିଥିଲେ। ଏହା ପୂର୍ବରୁ ଏଠାରେ ୨୦୧୯ ସାଧାରଣ ନିର୍ବାଚନ ସମୟରେ ବିଜେଡି ପ୍ରାର୍ଥୀ ଭାବେ ବିଜୟୀ ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କିନ୍ତୁ ସେ ହିଞ୍ଜିଳି ଆସନ ରଖି ବିଜେପୁର ଆସନ ଛାଡିଥିଲେ। ଏହାପରେ ବିଜେପୁରରେ ଉପନିର୍ବାଚନ ହୋଇଥିଲା।