ବଲିଉଡ୍ ର ବର୍ଷିୟାନ ଅଭିନେତା ଋଷି କପୁରଙ୍କ ପରଲୋକ

ମୁମ୍ବାଇ: ଗୁରୁବାର ବଲିଉଡ୍ ର ବର୍ଷିୟାନ ଅଭିନେତା ଋଷି କପୁରଙ୍କ ପରଲୋକ । ୬୭ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି । ମୁମ୍ବାଇର ଏକ ଘରୋଇ ହସ୍ପିଟାଲ୍‌ରେ ଆଖି ବୁଜିଲେ ଋଷି । ଗତକାଲି ବିଳମ୍ବିତ ରାତିରେ ସେ ହସ୍ପିଟାଲ୍‌ରେ ଭର୍ତି ହୋଇଥିଲେ ।

୨୦୧୮ମସିହାରେ ତାଙ୍କୁ କ୍ୟାନସର ହେବାର ଜଣାପଡିଥିଲା। ଏହାପରେ ସେ ନ୍ୟୁୟର୍କରେ ଏକ ବର୍ଷ ପର୍ଯ୍ୟନ୍ତ ଚିକିତ୍ସା କରାଇବା ପରେ ମୁମ୍ବାଇ ଫେରିଥିଲେ। ନିଜ ଘରକୁ ଫେରିବା ପରେ ସେ ଟ୍ୱିଟ କରି କହିଥିଲେ, “ବ୍ୟାକ ହୋମ, ୧୧ ମାସ ୧୧ ଦିନ ! ଆପଣ ସମସ୍ତଙ୍କୁ ଧନ୍ୟବାଦ!” ଚଳିତ ବର୍ଷ ଫେବୃଆରୀରେ ମଧ୍ୟ ହଠାତ ଋଷି କପୁରଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତି କରିବାକୁ ପଡିଥିଲା। ଏହାକୁ ନେଇ ସେ କହିଥିଲେ, ମତେ ଇଂଫେକ୍ସନ ହୋଇଥିଲା ଏବଂ ଏହାର ଚିକିତ୍ସା ଜାରି ରହିଛି। ଏଥିରେ ବିଚଳିତ ହେବାର କିଛି କଥା ନାହିଁ। କାରଣ ପ୍ରଦୂଷଣ କାରଣରୁ ଇଂଫେକ୍ସନ ହୋଇଥିଲା। ଗତ ଫେବୃଆରୀରେ ସେ ଦୁଇଥର ମେଡିକାଲରେ ଭର୍ତି ହୋଇଥିଲେ ।