ହସ୍ପିଟାଲରେ ଭର୍ତି ହେଲେ ଋଷି କପୁର

ମୁମ୍ବାଇ: ଆମେରିକାରେ କର୍କଟ ରୋଗ ଚିକିତ୍ସା କରାଇବା ପରେ ଗତ ବର୍ଷ ସେପ୍ଟେମ୍ବରରେ ଭାରତ ଫେରିଥିବା ବଲିଉଡର ବିଶିଷ୍ଟ ଅଭିନେତା ଋଷି କପୁର ପୁଣି ଥରେ ଅସୁସ୍ଥ ହୋଇଛନ୍ତି । ତାଙ୍କର ସ୍ୱାସ୍ଥ୍ୟ ବିଗିଡିବାରୁ ବୁଧବାର ତାଙ୍କୁ ମୁମ୍ବାଇସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତି କରାଯାଇଛି । ଋଷି କପୁରଙ୍କ ବଡ଼ ଭାଇ ରଣଧୀର କପୁର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ ୬୭ ବର୍ଷିଅ ଋଷି କପୁରଙ୍କୁ ବୁଧବାର ସକାଳୁ ନିଜର ପରିବାର ଲୋକେ ଏନନ ରିଲାୟନ୍ସ ହସ୍ପିଟାଲରେ ଭର୍ତି କରିଥିଲେ । ରଣଧୀର କହିଛନ୍ତି, ସେ ଏବେ ହସ୍ପିଟାଲରେ ଅଛନ୍ତି । ସେ କର୍କଟ ରୋଗରେ ପୀଡ଼ିତ ଅଛନ୍ତି ଏବଂ ଶ୍ୱାସକ୍ରିୟା ଜନିତ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏଥି ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି । ତେବେ ତାଙ୍କର ସ୍ୱାସ୍ଥ୍ୟ ସ୍ଥିର ରହିଛି ।