ଆଜି ଗିରଫ ହେବେ ରିୟା!

ମୁମ୍ବାଇ: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ମୃତ୍ୟୁ ମାମଲା ଧୀରେ ଧୀରେ ମୋଡ ବଦଳାଉଛି। ହତ୍ୟା କି ଆତ୍ମହତ୍ୟା ସେ କନଫ୍ୟୁଜ୍ ଦୂର ହେବା ପୂର୍ବରୁ ଘଟଣା ଏବେ ଆଉ ଏକ ଦିଗ ଦର୍ଶାଉଛି। ତେବେ ବଲିଉଡର ଅଭିନେତ୍ରୀ ତଥା ଅଭିନେତାଙ୍କ ତଥାକଥିତ୍ ପ୍ରେମିକା ରିୟାଙ୍କ ଡ୍ରଗ୍ସ ଲିଙ୍କ ଏବେ ଭାରି ଚର୍ଚ୍ଚାରେ।

ଦିନକୁ ଦିନ ସେହି ଅଡୁଆ ଫାଶରେ ଛନ୍ଦି ହେବାରେ ଲାଗିଛନ୍ତି ରିୟାଙ୍କ ପରିବାର ଓ ସହଯୋଗୀ। ଏବେ ଆସିପାରେ ଗେମର ମାଷ୍ଟରମାଇଣ୍ଡ ରିୟାଙ୍କ ପାଳି। କାରଣ ସତ କେବେ ଲୁଚି ରୁହେନି। ଏହି ହାଇ ପ୍ରୋଫାଇଲ ସେଲିବ୍ରେଟିଙ୍କୁ ହ୍ବାଟସାପ୍ ଚାଟ୍ ଅଡୁଆକୁ ଟାଣି ଆଣିଥିବା ବେଳେ ଖତମ ହେବାକୁ ଯାଉଛି ରିୟାଙ୍କ ଖେଳ। ଜାଣିବାକୁ ମିଳିଛି ଯେ ଏନସିବି ରବିବାର ରିୟାଙ୍କୁ ପଚରାଉଚରା ପାଇଁ ସମନ ଜାରି କରିପାରିବ । ଏବଂ ପଚରାଉଚରା ପରେ ଅଭିନେତ୍ରୀଙ୍କୁ ଗିରଫ କରାଯିବ ବୋଲି କଳ୍ପନାଜଳ୍ପନା ଲାଗି ରହିଛି।

ସୂଚନା ଥାଉକି, ମୁମ୍ବାଇରେ ରିୟାଙ୍କ ବାସଭବନରେ ଚଢାଉ ବେଳେ ପରେ୨୦ (ଖ), ୨୮, ୨୯, ୨୭ (ଏ) ସମେତ ଏନଡିପିଏସ୍ ଆକ୍ଟର ଅନେକ ବିଭାଗ ଅନୁଯାୟୀ ସୌଭିକ୍ ଓ ମିରାଣ୍ଡାକୁ ଶୁକ୍ରବାର ଗିରଫ କରାଯାଇଛି। ଏହାର ଦିନକ ପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଶନିବାର ସୁଶାନ୍ତଙ୍କ ରୋଷେଇ ଦିପେଶଙ୍କୁ ଗିରଫ କରିଛି।

ଡ୍ରଗ୍ସ କ୍ରୟ ତଥା ପରିଚାଳନାରେ ତାଙ୍କର ଭୂମିକା ପାଇଁ ଦିପେଶ ସାୱନ୍ତଙ୍କୁ ଏନସିବି ଗିରଫ କରିଛି। ବିବୃତ୍ତି ତଥା ଡିଜିଟାଲ ପ୍ରମାଣ ଆଧାରରେ ତାଙ୍କୁ ଗିରଫ କରାଯାଇଛି। ରବିବାର ସକାଳ ୧୧ ଟାରେ ତାଙ୍କୁ କୋର୍ଟରେ ହାଜର କରାଯିବ।

ସୂଚନାନୁସାରେ, ସୌଭିକ୍ ଏନସିବିକୁ ସ୍ୱୀକାର କରିଛି ଯେ ସେ ତାଙ୍କ ଭଉଣୀ ରିୟାଙ୍କ ନିର୍ଦ୍ଦେଶରେ ଡ୍ରଗ୍ସ କିଣା ହେବା ସହ ସୁଶାନ୍ତଙ୍କୁ ଦିଆଯାଉଥିଲା। ଏହି ସମସ୍ତ ଦେୟ ଗୁଗଲ ପେ ମାଧ୍ୟମରେ କରାଯାଉଥିଲା।