ସିବିଆଇ ଅଫିସରେ ରିୟା ଚକ୍ରବର୍ତ୍ତୀ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇ ସ୍କାନରରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ । ଜେରାର ସାମନା କରିବେ । ପ୍ରଶ୍ନବାଣ ପ୍ରସ୍ତୁତ କରିଛି ରଖିଛି ସିବିଆଇ । ମୁମ୍ବାଇ ଡିଆରଡିଓ ଗେଷ୍ଟ ହାଉସରେ ପହଞ୍ଚିଛନ୍ତି ରିୟା ଚକ୍ରବର୍ତ୍ତୀ । ହାଜର ହେବାକୁ ତାଙ୍କୁ ସମନ୍ ହୋଇଥିଲା ।

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ରିୟାଙ୍କ ଅଡୁଆ ବଢ଼ିଛି । ତାଙ୍କୁ ଅନେକ ପ୍ରଶ୍ନ ପଚାରିପାରେ ସିବିଆଇ । ସୁଶାନ୍ତଙ୍କ ଡିପ୍ରେସନର କାରଣ କଣ ? କେବେଠାରୁ ସେ ସୁଶାନ୍ତଙ୍କ ଘରୁ ଆସିଥିଲେ ? ସୁଶାନ୍ତଙ୍କ ସହ କିଛି ବଚସା ହୋଇଥିଲା କି ?ଶେଷ ଥର କେବେ କଥା ହୋଇଥିଲେ ?

ଡ୍ରଗ୍ସ ଲିଙ୍କର ସତ୍ୟତା କଣ ? ହ୍ୱାଟସଆପ୍ ଚାର୍ଟ ନେଇ ବି ପଚରାଉଚରା କରିପାରେ ସିବିଆଇ ଟିମ୍ । ଅପରାଧିକ ଦିଗ ନେଇ ରିୟାଙ୍କୁ ପ୍ରଶ୍ନ ପଚାରିପାରନ୍ତି ତଦନ୍ତକାରୀ ଟିମ୍ । ସୁଶାନ୍ତଙ୍କ ଫ୍ଲାଟମେଟ୍ ସିଦ୍ଧାର୍ଥ ପିଟାନୀଙ୍କ ସହ ରିୟାଙ୍କୁ ମୁହାଁମୁହିଁ ଜେରା କରିପାରେ ସିବିଆଇ ।

ପୂର୍ବରୁ ସିଦ୍ଧାର୍ଥ ପିଟାନୀ ଓ ସୁଶାନ୍ତଙ୍କୁ କୁକଙ୍କ ଜେରା କରାଯାଇଛି । ଏବେ ରିୟାଙ୍କ ପାଳି । ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲର ଆର୍ଥିକ ହେରଫେର ଦିଗର ଖୋଳତାଡ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳ । ଡ୍ରଗ୍ସ ଲିଙ୍କର ତଦନ୍ତ କରୁଛି ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ।