ରିୟାଙ୍କୁ ମିଳିଲା ଜାମିନ, ଜେଲ୍‌ରେ ରହିବେ ସୌଭିକ

ମୁମ୍ବାଇ: ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ମିଳିଲା ବେଲ୍ । ବମ୍ବେ ହାଇକୋର୍ଟରୁ ରିୟାଙ୍କୁ ସର୍ତ୍ତମୂଳକ ଜାମିନ୍ ମିଳିଛି । ୧ ଲକ୍ଷ ଟଙ୍କା ମୁଚାଲିକା ଏବଂ ପାସପୋର୍ଟ ଜବତ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଭାଇ ସୌଭିକଙ୍କୁ କିନ୍ତୁ ନିସ୍ତାର ମିଳିନାହିଁ । ତାଙ୍କ ଜାମିନ୍ ଆବେଦନ ଖାରଜ କରିଦେଇଛନ୍ତି କୋର୍ଟ । ଆସନ୍ତା ୨୦ ତାରିଖ ଯାଏଁ ବିଚାର ବିଭାଗୀୟ ହାଜତରେ ରହିବେ ସୌଭିକ ।

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ସହ ରେ ଡ୍ରଗ୍ସ ଲିଙ୍କ ମାମଲାରେ ରିୟା ଓ ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କୁ ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ ଗିରଫ କରିଥିଲା । ସେପ୍ଟେମ୍ବର ୮ ତାରିଖରେ ରିୟାଙ୍କୁ ଗିରଫ କରିଥିଲା ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ତାଙ୍କ ପୂର୍ବରୁ ଭାଇ ସୌଭିକ୍ ଓ ଏହାରି ଭିତରେ ପାଖାପାଖି ୨୦ ଜଣଙ୍କୁ ଗିରଫ କରିଛି ଏନସିବି । ପୂର୍ବରୁ ରିୟା ଓ ସୌଭିକଙ୍କ ଜାମିନ ଆବେଦନକୁ ମୁମ୍ବାଇ ଏନଡିପିଏସ୍ କୋର୍ଟ ଖାରଜ କରିଥିଲେ ।