ଭୁବନେଶ୍ୱର: ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ୫-ଟି ସଚିବ ଭିକେ ପାଣ୍ଡିଆନ କେନ୍ଦୁଝର, ମୟୂରଭଞ୍ଜ ଏବଂ ବାଲେଶ୍ୱର ଗସ୍ତରେ ଯାଇ ସେଠାକାର କୋଭଡ୍ ହସ୍ପିଟାଲର ସମୀକ୍ଷା କରିଥିବା ଜଣାଯାଇଛି। କୋଭିଡ ହସ୍ପିଟାଲ ପରଖିଲେ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ
ଓଡ଼ିଶାର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ୫-ଟି ସଚିବ ଭିକେ ପାଣ୍ଡିଆନ ଭୁବନେଶ୍ୱର ବିମାନବନ୍ଦରରୁ ହେଲିକେପ୍ଟର ଯୋଗେ ଯାତ୍ରା କରି ପ୍ରଥମେ କେନ୍ଦୁଝରରେ ପହଂଚିଥିଲେ। ସେଦୁହେଁ କେନ୍ଦୁଝର ବ୍ଲକର ରାଙ୍କିରେ ନିର୍ମାଣାଧୀନ କୋଭିଡ ହସ୍ପିଟାଲ ପରିଦର୍ଶନ କରି ସେଠାକାର ଆନୁସାଙ୍ଗିକ ବ୍ୟବସ୍ଥା ସଂପର୍କରେ ପଚାରି ବୁଝିଥିଲେ।
ତା’ପରେ ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବ ବାରିପଦାରେ ପହଂଚି କିସ୍ ବ୍ୟାଙ୍କିସୋଲ୍ କ୍ୟାମ୍ପସରେ କୋଭିଡ ହସ୍ପିଟାଲ ପରଖିଥିଲେ। ଏହାପରେ ଜ୍ୟୋତି ହସ୍ପିଟାଲ ଦ୍ୱାରା ପରିଚାଳିତ ବାଲେଶ୍ୱରର କୁରୁଡ଼ାସ୍ଥିତ କୋଭିଡ୍-୧୯ ହସ୍ପିଟାଲ ପରିଦର୍ଶନ କରି ସେଠାକାର ଆନୁସାଙ୍ଗିକ ବ୍ୟବସ୍ଥାର ସମୀକ୍ଷା କରିଥିଲେ।
ସୂଚନାଯୋଗ୍ୟ, ଉକ୍ତ ଜିଲ୍ଲାମାନଙ୍କରେ କୋଭଡ୍ ହସ୍ପିଟାଲର ସମୀକ୍ଷା ହେବା ନେଇ ଟୁଇଟ୍ କରି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଥିଲେ।