ପ୍ରେମ ନିବେଦନରେ ବିଫଳ ପରେ ଭିଡିଓ ଭାଇରାଲ କରି ବୟଫ୍ରେଣ୍ଡ ଗିରଫ

ଭୁବନେଶ୍ୱର: ବନ୍ଦ ହେଉନି ଅଶୀଳ ଭିଡିଓ ଭାଇରାଲ । ଗୋଟିଏ ପରେ ଗୋଟିଏ ଅଶୀଳ ଭିଡିଓ ଭାଇରାଲ ହେବା ଘଟଣା ସାମ୍ମନାକୁ ଆସୁଛି । ଏମିତି ଏକ ଘଟଣା ଘଟିଛି ସମ୍ମାନ ଜନକ ରେଭେନ୍ସା ବିଶ୍ୱ ବିଦ୍ୟାଳୟରେ । ପ୍ରେମିକାକୁ ପ୍ରେମ ନିବେଦନକରି ବିଫଳ ହେବା ପରେ ତାହା ସହ ଅସାଦାଚରଣ ଉଦ୍ୟମ କରିବା ଓ ପରେ ଅଶୀଳ ଭିଡିଓ ଓ ଫଟୋ ଭାଇରାଲ କରିଛି ବୟଫ୍ରେଣ୍ଡ । ଏହି ଅଶୀଳ ଫଟୋ ଏବେ ମୋବାଇଲରୁ ମୋବାଇଲ ଡେଇଁ ବାରେ ଲାଗିଛି । ଏହି ଘଟଣାକୁ ନେଇ ରେଭେନ୍ସାର ଛାତ୍ରୀ (ପ୍ରେମିକା ଜଣଙ୍କ ) କଟକ ମାଲଗୋଦାମ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ ବିବିଏ ଛାତ୍ର ଓ ତାଙ୍କ ପୁରୁଷ ବନ୍ଧୁ ବିବିଏ ଛାତ୍ର ଶୁଭ୍ରଜିତ ରାୟ ତାଙ୍କୁ ପ୍ରେମ ନିବେଦନ କରିଥିଲେ । ଏଥିରେ ସେ ରାଜି ନହେବାରୁ ତାଙ୍କୁ ର୍ଦୁବ୍ୟବହାର କରିବା ସହ ଅସଦାଚରଣ କରିଥିଲେ । ଏମିତିକି ତାଙ୍କ ଫଟୋ ଭାଇରାଲ କରିବା ସହ କିଛି ଲେଖା ମଧ୍ୟ ଲେଖିଛନ୍ତି । ଏପରି ଅଭିଯୋଗ ପାଇବା ପରେ ପୋଲିସ ବିବିଏ ଛାତ୍ର ଶୁଭ୍ରଜିତଙ୍କୁ ଅଟକ ରଖି ତଦନ୍ତ କରୁଛି ।