ଭୁବନେଶ୍ୱର : ଡାକ୍ତରଙ୍କ ଅବସର ବୟସରେ ପରିବର୍ତ୍ତନ ହୋଇଛି । ପୂର୍ବରୁ ରାଜ୍ୟର ସରକାରୀ ହୋମିଓପାଥିକ ଡାକ୍ତରମାନେ ୬୨ ବର୍ଷରେ ଅବସର ନେଉଥିଲେ । ଆଜି ସେହି ସମୟ ସୀମା କୁ ବୃଦ୍ଧି କରାଯାଇଛି । ୬୨ ବର୍ଷରୁ ବୃଦ୍ଧି କରାଯାଇ ୬୫ ବର୍ଷ କରାଯାଇଛି ।
ଓଡ଼ିଶା ହୋମିଓପାଥିକ ମେଡ଼ିକାଲ ସର୍ଭିସ କ୍ୟାଡର ଡାକ୍ତରଙ୍କ ବୟସ ସୀମାକୁ ବୃଦ୍ଧି ନେଇ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ରାଜ୍ୟର କରୋନା ସ୍ଥିତି ସମୀକ୍ଷା ବୈଠକରେ ଆଜି ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ଏଥିସହ ଶ୍ରମ , ନିୟୋଜନ ଓ ଇଏସଆଇରେ ଏଲୋପାଥିକ ଇନସ୍ୟୁରାନ୍ସ ମେଡ଼ିକାଲ ଅଫିସରଙ୍କ ବୟସ ସୀମାକୁ ବୃଦ୍ଧି କରାଯାଇଛି ।
ରାଜ୍ୟରେ କରୋନା ସ୍ଥିିତି ପାଇଁ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଏବେ ରାଜ୍ୟରେ ମୋଟ ୧୮୭୫୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୩୭୧୦ ଜଣ ସୁସ୍ଥ ହୋଇଛନ୍ତି । ୧୦୩ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇଥିବା ବେଳେ ୪୯୧୪ ଜଣ ଚିକିତ୍ସିତ ଅଛନ୍ତି ।