ବଢିଲା ମୁଦ୍ରାସ୍ପୀତି

ନୂଆଦିଲ୍ଲୀ:ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଥିବା ଦେଶର ଅର୍ଥବ୍ୟବସ୍ଥା ପାଇଁ ଅଦୌଗିକି ମୋର୍ଚ୍ଚାରୁ ଝଟକା ଲାଗିଛି। ଜୁଲାଇରେ ଅଦୌଗିକି ଉତ୍ପାଦନ ବୃଦ୍ଧି ହାର ହ୍ରାସ ପାଇ ୪.୩ ପ୍ରତିଶତରେ ରହିଛି, ଯାହା ଗୋଟିଏ ବର୍ଷ ପୂର୍ବେ ଏହି ସମୟରେ ୬.୫ ପ୍ରତିଶତ ରହିଥିଲା। ବିନିର୍ମାଣ କ୍ଷେତ୍ରରେ ନିରାଶଜନକ ପ୍ରଦର୍ଶନ କାରଣରୁ ଅଦୌଗିକି ଉତ୍ପାଦନ ବୃଦ୍ଧିହାର ହ୍ରାସ ଘଟିଛି। 

ଅନ୍ୟପକ୍ଷେ ଖାଦ୍ୟ ପଦାର୍ଥ ମହଙ୍ଗା ହେବା କାରଣରୁ ଅଗଷ୍ଟରେ ଖୁଚୁରା ମୁଦ୍ରାସ୍ପୀତି ବୃଦ୍ଧି ପାଇ ୩.୨୧ ପ୍ରତିଶତ ରହିଛି, ଯାହା ଗତ ବର୍ଷ ଜୁଲାଇରେଏ ୩.୧୫ ପ୍ରତିଶତ ରହିଥିଲା। ମାତ୍ର ମୁଦ୍ରାସ୍ପୀତି ଏବେ ମଧ୍ୟ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ଵାରା ନିର୍ଦ୍ଧାରିତ ଲକ୍ଷ୍ୟର ସୀମା ଭିତରେ ରହିଛି। ସରକାର ଦ୍ଵାରା ଗୁରୁବାର ଜାରି ତଥ୍ୟରୁ ଏହି ସୂଚନା ମିଳିଛି। 

ଖନନ କ୍ଷେତ୍ରରେ ବୃଦ୍ଧିହାର ଜୁଲାଇରେ ୪.୯ ପ୍ରତିଶତ ରହିଛି, ଯାହା ଗତ ବର୍ଷ ଏହି ସମାନ ସମୟରେ ୩.୪ ପ୍ରତିଶତ ଥିଲା। ଏହି ସମୟରେ ବିଜୁଳି କ୍ଷେତ୍ରରେ ବୃଦ୍ଧିହାର ୪.୮ ପ୍ରତିଶତ ରହିଛି, ଯାହା ୨୦୧୮ ଜୁଲାଇରେ ୬.୬ ପ୍ରତିଶତ ରହିଥିଲା। 

ପରିସଂଖ୍ୟାନ ଏବଂ କାର୍ୟ୍ୟତନ୍ଵୟନ ମନ୍ତ୍ରଣାଳୟ ଦ୍ଵାରା ଜାରି ତଥ୍ୟ ମୁତାବକ, ଅଗଷ୍ଟରେ ସିପିଆଇ ଆଧାରିତ ଖାଦ୍ୟ ମୁଦ୍ରାସ୍ପୀତି ୨.୯୯ ପ୍ରତିଶତ ରହିଛି, ଯାହା ଜୁଲାଇରେ ୨.୩୬ ପ୍ରତିଶତ ଥିଲା। ୨୦୧୮ ଅଗଷ୍ଟରେ ଖୁଚୁରା ମୁଦ୍ରାସ୍ପୀତି ହାର ୩.୬୯ ପ୍ରତିଶତ ରହିଥିଲା। କେନ୍ଦ୍ର ସରକାର ଆରବିଆଇକୁ ମୁଦ୍ରାସ୍ପୀତି ପ୍ରାୟ ୪ ପ୍ରତିଶତ  ଭିତରେ ରଖିବାକୁ କହିଛି।