ଫେବୃୟାରୀରୁ ବିମାନବନ୍ଦରର ରନୱେର ରିସର୍ଫେସିଂ କାମ

ଭୁବନେଶ୍ୱର: ଫେବୃୟାରୀରୁ ଭୁବନେଶ୍ୱର ବିମାନବନ୍ଦର ରନୱେର ରିସର୍ଫେସିଂ କାମ ଆରମ୍ଭ ହେବ ବୋଲି ବିଜୁ ପଟ୍ଟନାୟକ  ଆନ୍ତର୍ଜାତୀୟ ବିମାନବନ୍ଦର ନିର୍ଦ୍ଦେଶକ ଭିଭି ରାଓ ସୂଚନା ଦେଇଛନ୍ତି।

ରିସର୍ଫେସିଂ ବେଳେ ୮ରୁ ୧୦ ମାସ ବିମାନ ସେବା ପ୍ରଭାବିତ ହେବ। ପ୍ରଥମ ପର୍ଯ୍ୟାୟରେ ଏହି କାମ ରାତିରେ କରାଯିବ। ତେଣୁ ରାତି ୧୨ରୁ ସକାଳ ୬ଟା ପର୍ଯ୍ୟନ୍ତ ଉଡ଼ାଣ ବନ୍ଦ ରହିବ।

ପରବର୍ତ୍ତୀ ପର୍ଯ୍ୟାୟରେ ଦିନରେ କାର୍ଯ୍ୟ କରାଯିବ। ତେଣୁ ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ଉଡ଼ାଣ ବନ୍ଦ ରହିବ। ଏନେଇ ବିଭିନ୍ନ କମ୍ପାନୀ ସହ ଆଲୋଚନା କରାଯାଇ ବିମାନ ଚଳାଚଳ ସମୟରେ ପରିବର୍ତନ କରାଯିବ ବୋଲି ନିର୍ଦ୍ଦେଶକ ଭିଭି ରାଓ ସୂଚନା ଦେଇଛନ୍ତି।