ଟ୍ୱିନସିଟିରେ ପୂର୍ବଭଳି ବଳବତର ରହିବ କଟକଣା

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜଧାନୀରେ କଟକଣା ପୂର୍ବଭଳି ବଳବତର ରହିବ । କରୋନା ସଂକ୍ରମଣ ରୋକିବା ଲାଗି ଏହି ପଦକ୍ଷେପ ନିଆଯାଉଛି। ପରିସ୍ଥିତିର ପରବର୍ତୀ ସମୀକ୍ଷା ହେବା ଯାଏଁ ଏହି କଟକଣା ଜାରି ରହିବ ବୋଲି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ୍ କରାଯାଇଛି। ଏହି ଟୁଇଟକୁ ରିଟୁଇଟ୍ କରିଛନ୍ତି ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀ। ଏଥିସହ ସେ ନିଜେ ଟୁଇଟ୍ କରି କହିଛନ୍ତି, କଟକ-ଭୁବନେଶ୍ୱରରେ କଟକଣା ପୂର୍ବବତ୍ ଜାରି ରହିବ।

ମୁଖ୍ୟ ସଚିବ ଅସିତ କୁମାର ତ୍ରିପାଠୀ ଟୁଇଟ ଜରିଆରେ କହିଛନ୍ତି ଯେ, କୃଷିକାର୍ଯ୍ୟକୁ ଖୁବ୍ ସାବଧାନତାର ସହ  ଆରମ୍ଭ କରାଯାଉଛି। କିନ୍ତୁ କଟକ ଓ ଭୁବନେଶ୍ୱରରେ ବେଶି କିଛି ବଦଳିବ ନାହିଁ । କଟକଣା ପୂର୍ବଭଳି ଜାରି ରହିବ। ସେଥି ପାଇଁ ଲୋକେ ଦୟାକରି ଘରେ ରୁହନ୍ତୁ । ଲୋକେ ନିରାପଦରେ ରୁହନ୍ତୁ ବୋଲି ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି ।