ଚିଲିକାରେ ୭ ଦିନ ବନ୍ଦ ହେଲା ଭସାପୋଲ

କୃଷ୍ଣପ୍ରସାଦ: ଚିଲିକାରେ ଯାତାୟତ ପାଇଁ ବ୍ୟବହୃତ ହେଉଥିବା ଭସାପୋଲ ଓ ଡଙ୍ଗାକୁ ଆଜିଠାରୁ ୭ ଦିନ ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଛି। କରୋନା ସଂକ୍ରମଣ ରୋକିବା ପାଇଁ କୃଷ୍ଣପ୍ରସାଦ ବିଡିଓ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି।

କୃଷ୍ଣପ୍ରସାଦର ଚିଲିକା ଘେରା ଭିତରେ ୧୪ଟି ପଞ୍ଚାୟତରୁ ଦୁଇ ଦିନ ଭିତରେ ୩୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କରୋନା ଆକ୍ରାନ୍ତ ଚିହ୍ନଟ ହେବା ଜିଲ୍ଲା ପ୍ରଶାସନ ଏହି ପଦକ୍ଷେପ ନେଇଛି।

ସୂଚନାଯୋଗ୍ୟ, ରାଜ୍ୟରେ ମହାମାରୀ କରୋନା ଦିନକୁ ଦିନକୁ ଭୟଙ୍କର ରୂପ ଧାରଣ କରିବାକୁ ବସିଲାଣି। ରାଜ୍ୟରେ ମୋଟ ୨୬୮୯୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୬,୭୯୨ ଜଣ ସୁସ୍ଥ ହୋଇ ସାରିଛନ୍ତି। ୯,୯୧୯ ଜଣ ବିଭିନ୍ନ ବିଭିନ୍ନ କୋଭିଡ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି। ସେହିପରି ୧୪୭ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି।