ପ୍ରଧାନମନ୍ତ୍ରୀଙ୍କ ସହ କଥାହେଲେ ନବୀନ: ମୋଦିଙ୍କ ଆଗରେ ଏହି ୩ ଦାବି ରଖିଲେ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବୌଠକ ବେଳେ ୩ଟି ଦାବି ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦାବି ଗୁଡିକ ହେଲା ଯୁକ୍ତ ଦୁଇ ପରୀକ୍ଷା ସରିବା ପରେ ଜାତୀୟ ସ୍ତରୀୟ ପ୍ରବେଶିକା ପରୀକ୍ଷା ହେଉ । ଉପସାଗରୀୟ ଦେଶରେ ଅଟକ ଓଡିଆ ଲୋକଙ୍କୁ କେନ୍ଦ୍ର ଆଣିବା ପାଇଁ ବ୍ୟବସ୍ଥା କରୁ । ଟ୍ରେନ ଓ ବିମାନ ସେବାରେ ପୂର୍ବ ଭଳି କଟକଣା ରହୁ ବୋଲି ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜୁନ ମାସ ଓଡିଶା ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଥିବାରୁ କଟକଣା ବଳବତ୍ତର ରହୁ ବୋଲି ସେ କହିଛନ୍ତି ।

ଏବେ ଦେଶ କରୋନା ମହାମାରୀ ସହ ଲଢେଇ ଜାରି ରଖିଛି । ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୃତଗତିରେ ବଢିଚାଲିଛି। ଏପରି ସଙ୍କଟ ସମୟରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦ୍ୱିତୀୟ ଥର ପାଇଁ ଅନ୍ୟ କେତୋଟି ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି । କରୋନା ସହ ମୁକାବିଲା କରି ଦେଶର ଅର୍ଥନୀତି ଏବେ ଟ୍ରାକ୍ କୁ ଫେରିବାକୁ ଲାଗିଛି । ଏବେ ଦେଶରେ ଅନଲକ-୧ ଚାଲୁ ରହିଛି । ଦେଶର ସମସ୍ତ ସରକାରୀ ଓ ବେସରକାରୀ ଅଫିସ୍ ମଧ୍ୟ ଖୋଲିଗଲାଣି । ବେପାର ବାଣିଜ୍ୟ ମଧ୍ୟ ସ୍ୱାଭାବିକ ହେଲାଣି । ଏହି ସମୟରେ ଆମକୁ ସଚେତନତା ସହ ରହି କରୋନା ସହ ଲଢିବାକୁ ପଡ଼ିବ । ଗତକାଲି ପଞ୍ଜାବ , କେରଳ , ଗୋଆ , ଉତ୍ତରାଖଣ୍ଡ , ଝାରଖଣ୍ଡ ଓ ପୁଡ଼ୁଚେରୀ ସହ ଆଲୋଚନା କରିଥିଲେ।