କରୋନା ଯୋଗୁଁ ୩ ବରିଷ୍ଠ ସଚିବଙ୍କୁ ୩ ଜିଲ୍ଲାର ଦାୟିତ୍ୱ

ଭୁବନେଶ୍ୱର: ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଦୃଷ୍ଟିରେ ରଖି ୩ ବରିଷ୍ଠ ସଚିବଙ୍କୁ ଦାୟିତ୍ୱ ଦିଆଯାଇଛି ।

ଏସ୍‌.କେ ଲୋହାନିଙ୍କୁ ଭଦ୍ରକ ଜିଲ୍ଲା ଦାୟିତ୍ୱ ଦିଆଯାଇଥିବା ବେଳେ ଏସ୍‌.କେ ବଶିଷ୍ଠ ବାଲେଶ୍ୱର ଜିଲ୍ଲା କଥା ବୁଝିବେ। ସେହିପରି ପି.କେ ମେହେର୍ଦ୍ଦାଙ୍କୁ ଯାଜପୁର ଜିଲ୍ଲାର ଦାୟିତ୍ୱ ଦିଆଯାଇଛି। ଏହି ୩ ସଚିବ ୩ ଜିଲ୍ଲା ଗସ୍ତ କରି କୋଭିଡ୍ ମୁକାବିଲାର ତଦାରଖ କରିବେ। ଏଥିସହ ସେମାନେ ସଂପୃକ୍ତ ଜିଲ୍ଲା ପ୍ରଶାସନକୁ ସହାୟତା କରିବେ।