ଟ୍ୱିନସିଟିର ଅତିରିକ୍ତ ପୋଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ଆଇପିଏସ୍‌ ରେଖା ଲୋହାନୀ

ଭୁବନେଶ୍ୱର: ଭୁବନେଶ୍ୱର-କଟକ କମିଶନରେଟ ପୋଲିସର ଅତିରିକ୍ତ କମିଶନର ଭାବେ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି ୧୯୯୭ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ରେଖା ଲୋହାନୀ । ପୋଲିସ ସେବା ଭବନରେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅତିରିକ୍ତ କମିଶନର ସଞ୍ଜୟ ସିଂହ ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ ।

ଏହି ଅବସରରେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ନୂତନ ଅତିରିକ୍ତ କମିଶନର ଭାବେ ଲୋହାନୀଙ୍କୁ ସ୍ୱାଗତ କରିବା ସହ ତାଙ୍କ ସମ୍ପର୍କରେ କହିଥିଲେ । କମିଶନରେଟ୍‌ ପୋଲିସରେ ତାଙ୍କ ଭୂମିକା ଆଗକୁ ଗୁରୁତ୍ୱପୂର୍ଣ୍ଣ ହେବ । ସେହିଭଳି ଆଇପିଏସ୍‌ ଅଫିସର ସଞ୍ଜୟ ସିଂହଙ୍କୁ ମଧ୍ୟ ଏହି ଅବସରରେ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହା ପରେ ଶେଷରେ ଡିସିପି ଉମାଶଙ୍କର ଦାଶ ଧନ୍ୟବାଦ ଦେଇଥିଲେ ।