କାଠଯୋଡ଼ିକୁ ଡେଇଁଥିବା ଯୁବକଙ୍କ ପତ୍ତା ମିଳୁନି, ଉଦ୍ଧାର ଜାରି

କଟକ:କାଠଯୋଡି ବ୍ରିଜ ଉପରୁ ନଦୀକୁ ଡେଇଁ ପଡିଥିବା ଯୁବକଙ୍କର ଏଯାଏଁ କୌଣସି ପତ୍ତା ମିଳିନାହିଁ । ବର୍ତ୍ତମାନ ସୁଦ୍ଧା ସେ ନିଖୋଜ ଥିବାରୁ ଆଜି ଦ୍ୱିତୀୟ ଦିନରେ ରେସ୍କ୍ୟୁ ଅପରେସନ ଜାରି କରାଯାଇଛି । ଆଜି ପୁଣି ଘଟଣାସ୍ଥଳରେ ଓଡ୍ରାଫ...

କଟକ:କାଠଯୋଡି ବ୍ରିଜ ଉପରୁ ନଦୀକୁ ଡେଇଁ ପଡିଥିବା ଯୁବକଙ୍କର ଏଯାଏଁ କୌଣସି ପତ୍ତା ମିଳିନାହିଁ । ବର୍ତ୍ତମାନ ସୁଦ୍ଧା ସେ ନିଖୋଜ ଥିବାରୁ ଆଜି ଦ୍ୱିତୀୟ ଦିନରେ ରେସ୍କ୍ୟୁ ଅପରେସନ ଜାରି କରାଯାଇଛି । ଆଜି ପୁଣି ଘଟଣାସ୍ଥଳରେ ଓଡ୍ରାଫ ଟିମ, ଅଗ୍ନିଶମ କର୍ମଚାରୀ ଓ କମିଶନରେଟ ପୋଲିସ ପହଂଚି ଉଦ୍ଧାର କାର୍ଯ୍ୟ ଜାରି କରିଥିବା ଜଣାପଡ଼ିଛି । 

କଟକ କାଠଯୋଡ଼ି ବ୍ରିଜରୁ ଜଣେ ଯୁବକ ନଦୀକୁ ଡେଇଁବା ଘଟଣାର ଆଜି ଦ୍ୱିତୀୟ ଦିନ । ଗତକାଲି ଯୁବକଙ୍କୁ ନଦୀରୁ ଉଦ୍ଧାର କରିବାରେ ବିଫଳ ହେବା ପରେ ଆଜି ପୁଣି ରେସ୍କ୍ୟୁ ଅପରେସନ ଜାରି କରାଯାଇଛି । କାଠଯୋଡ଼ି ବ୍ରିଜ ନିକଟରେ ଓଡ୍ରାଫ ଟିମ, ଅଗ୍ନିଶମ କର୍ମଚାରୀ ଓ କମିଶନରେଟ ପୋଲିସ ପହଂଚି ଉଦ୍ଧାର କାର୍ଯ୍ୟ ଜାରି କରିଥିବା ସୂଚନା ମିଳିଛି ।

 ଗତକାଲି ଦିନ ପ୍ରାୟ ସାଢେ ଗୋଟାଏ ବେଳେ ଭୁବନେଶ୍ୱରରୁ କଟକ ଆସୁଥିବା ବେଳେ କାଠଯୋଡି ପୋଲ ଉପରେ ସ୍ତ୍ରୀ ଓ ପୁଅ ସାମ୍ନାରେ ଜଣେ ଯୁବକ ନଦୀକୁ ଡେଇଁପଡିଥିଲେ । ତାଙ୍କ ଘର ନିଆଳିର ଦେବଦତ୍ତ ମହାପାତ୍ର । ପାରିବାରିକ କଳହ ଓ ସ୍ତ୍ରୀଙ୍କ ସହ ବଚସା କାରଣରୁ ସେ କାଠଯୋଡି ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ସନ୍ଦେହ କରାଯାଉଛି । ଦେବଦତ୍ତ ନଦୀକୁ ଡେଇଁ ପଡିବା ପରେ ଦୀର୍ଘ ୩ ଘଂଟା ଧରି ତାଙ୍କୁ ଉଦ୍ଧାର କରିବାକୁ ସର୍ଚ୍ଚ ଅପରେସନ ଚାଲିଥିଲା । ଓଡ୍ରାଫ, ଅଗ୍ନିଶମ ଟିମ୍ ଏବଂ ସ୍କୁବା ଡାଇଭର ପାଣି ଭିତରେ ବୁଡି ଖୋଜାଖୋଜି କରିଥିଲେ ସୁଦ୍ଧା ତାଙ୍କର କୈାଣସି ପତ୍ତା ମିଳି ପାରି ନଥିଲା ।

Spread the love
Categories
ଓଡିଶା

RELATED BY