ଭାରତର ସମ୍ବିଧାନ ୧୩୦ କୋଟି ଦେଶବାସୀଙ୍କୁ ଗୋଟିଏ ସୂତାରେ ବାନ୍ଧିପାରିଛି :ସମୀର ମହାନ୍ତି

ରାଜ୍ୟ କାର୍ଯ୍ୟାଳୟରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ୱର  : ଆଜି ରାଜ୍ୟ କାର୍ଯ୍ୟାଳୟରେ ବହୁ ଆଡମ୍ବର ଭାବେ ଦେଶର ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ରାଜ୍ୟ ସଭାପତି ସମୀର ମହାନ୍ତି ଜାତୀୟ ପତାକା ଉତୋଳନ କରିବା ସହ ରାଜ୍ୟବାସୀଙ୍କୁ ସାଧାରଣତନ୍ତ୍ର ଦିବସର ଅଭିନନ୍ଦନ ଜଣାଇଥିଲେ । ଏହା ପରେ ସାମୂହିକ ଭାବେ ଜାତୀୟ ସଂଗୀତ ଗାନ କରାଯାଇଥିଲା ।

 ଜାତୀୟ ପତାକା ଉତୋଳନ କଲେ ରାଜ୍ୟ ସଭାପତି ସମୀର ମହାନ୍ତି
 ସାଧାରଣତନ୍ତ୍ର ଦିବସରେ ସମଗ୍ର ରାଜ୍ୟବାସୀଙ୍କୁ ଶୁଭେଛା ଜଣାଇଲେ ରାଜ୍ୟ ସଭାପତି
 ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଆଧାରରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶବାସୀ ସୁରକ୍ଷିତ ଅଛନ୍ତି
 ରାଜ୍ୟର ବଂଚିତ, ଅବହେଳିତ, ପୀଡିତ, କୃଷକ, ମହିଳା, ଯୁବକ, ଅନୁସୂଚିତ ଜାତି ଜନଜାତି ଏବଂ ସମସ୍ତ ବର୍ଗର ବ୍ୟକ୍ତିଙ୍କୁ ସେମାନଙ୍କ ମୌଳିକ ଅଧିକାର ପ୍ରାପ୍ତ ହେଉ
ଶ୍ରୀ ମହାନ୍ତି କହିଛନ୍ତି ଯେ ଭାରତର ସମ୍ବିଧାନ ଭାରତର ନାଗରିକମାନଦଙ୍କୁ ନ୍ୟାୟ, ସ୍ୱାଧୀନତା, ସମାନତା ଓ ଭାତୃତ୍ୱର ଗ୍ୟାରେଂଟି ଦେଇଛି ।ଭାରତର ସମ୍ବିଧାନ ୧୩୦ କୋଟି ଦେଶବାସୀଙ୍କୁ ଗୋଟିଏସୂତାରେ ବାନ୍ଧିପାରିଛିା ଦେଶର ସର୍ବାଙ୍ଗୀନ ବିକାଶ ପାଇଁ କେନ୍ଦ୍ର ସରକାର ସର୍ବଦା ପ୍ରୟାସରତ । କେନ୍ଦ୍ର ସରକାରଙ୍କର ଗୋଟିଏ ଗୋଟିଏ ପରେ ଐତିହାସିକ ନିଷ୍ପତି ଦେଶରେ ସାଧାରଣ ଲୋକଙ୍କ ଅଧିକାରଙ୍କୁ ସୃଦୃଢ କରିଛି । ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଆଧାରରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶବାସୀ ସୁରକ୍ଷିତ ଅଛନ୍ତି । ରାଜ୍ୟର ବଂଚିତ, ଅବହେଳିତ, ପୀଡିତ, କୃଷକ, ମହିଳା, ଯୁବକ, ଅନୁସୂଚିତ ଜାତି ଜନଜାତି ଏବଂ ସମସ୍ତ ବର୍ଗର ବ୍ୟକ୍ତିଙ୍କୁ ସେମାନଙ୍କ ମୌଳିକ ଅଧିକାର ପ୍ରାପ୍ତ ହେଉ ।
ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ଅନୀତା ଶୁଭଦର୍ଶିନୀ ଓ ସୁକେଶୀ ଓରାମ,ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି, ରାଜ୍ୟ ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ସଂପାଦକ ଟଙ୍କଧର ତ୍ରିପାଠୀ, ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ, ଡ.ଯତୀନ ମହାନ୍ତି, ବିରଂଚୀ ତ୍ରିପାଠୀ, ସତ୍ୟବ୍ରତ ପଣ୍ଡା, ଠାକୁର ରଂଜିତ ଦାସ, ସୋନାଲୀ ସାହୁ, ରମାରଂଜନ ବଳିୟାରସିଂ, ଶାରଦା ଶତପଥୀ,ଦିଲୀପ ମଲ୍ଲିକ, ସୁରଥ ବିଶ୍ୱାଳ, ଅନୁ ଚୌଧୁରୀ, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।