ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ୭୨ତମ ସାଧାରଣତତନ୍ତ୍ର ଦିବସ ପାଳିତ

ଭୁବନେଶ୍ବର : ରାଜ୍ୟ  ବିଜେଡି କାର୍ଯ୍ୟାଳୟରେ ଆଜି ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ବିଜେଡି କାର୍ଯ୍ୟାଳୟରେ ଦଳର ଉପସଭାପତି ଦେବୀ ମିଶ୍ର ପତକା ଉତ୍ତୋଳନ କରିଛନ୍ତି । ପତାକା ଉତ୍ତୋଳନ ଅବସରରେ ବିଜେଡି ସାଧାରଣ ସଂପାଦକ ସଂଜୟ ଦାସ ବର୍ମା, ଭୁବନେଶ୍ୱର ଉତ୍ତର, ମଧ୍ୟ ବିଧାୟକ ସୁଶାନ୍ତ ରାଉତ, ଅନନ୍ତ ନାରାୟଣ ଜେନା ସମେତ ବହୁ କର୍ମୀ ଉପସ୍ଥିତ ରହିଥିଲେ । ଏଥିସହ ଛାତ୍ର,ଯୁବ,ମହିଳା ବିଜେଡିର କର୍ମକର୍ତା ଯୋଗ ଦେବା ସହ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । ପ୍ରତ୍ୟେକ ନାଗରିକଙ୍କ ଅଧିକାର ଅକ୍ଷୁର୍ଣ୍ଣ ରହୁ । ସମସ୍ତ ଙ୍କ ବିକାଶ ଲାଗି ରାଜ୍ୟ ସରକାର ପ୍ରତିଶୃତି ବଧ ଅଛନ୍ତି ବୋଲି ଦେବୀ ମିଶ୍ର କହିଛନ୍ତି ।