ନୂଆଦିଲ୍ଲୀ: ଶନିବାର ଅଭିନେତ୍ରୀ ଜେନେଲିଆ ଡି’ସୁଜା କୋଭିଡ -୧୯ ରୁ ସୁସ୍ଥ ହୋଇଥିବା ବିଷୟରେ ସୋସିଆଲ ମିଡିଆରେ ଜଣାଇଛନ୍ତି ।
View this post on Instagram
ଜେନେଲିଆ କହିଛନ୍ତି, ତିନି ସପ୍ତାହ ପୂର୍ବରୁ ମୋର କରୋନା ରିପୋର୍ଟ ପଜିଟିଭ୍ ବାହାରିଥିଲା । ଯେଉଁଥି ପାଇଁ ମୁଁ ୨୧ ଦିନ ଆଇସୋଲେସନରେ ରହିଥିଲି । ଏହି ୨୧ ଦିନ ମୋ ପାଇଁ ବହୁତ ଚାଲେଞ୍ଜିଂ ଥିଲା । ମୁଁ ବହୁତ ଏକୁଟିଆ ଅନୁଭବ କରୁଥିଲି । ଆଜି ମୋର କରୋନା ଟେଷ୍ଟ ନେଗେଟିଭ ବାହାରିଲା । ଏବେ ମୁଁ ବହୁତ ଖୁସି ଅଛି ।
ଜେନେଲିଆଙ୍କ ପୂର୍ବରୁ ଅମିତାଭ ବଚ୍ଚନ, ଅଭିଷେକ ବଚ୍ଚନ, କନିକା କପୁର, ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଅନ୍ୟାନ୍ୟ ଲୋକପ୍ରିୟ ବି-ଟାଉନ ସେଲିବ୍ରିଟିମାନେ କରୋନା ସଂକ୍ରମିତ ଥିଲେ ଏବଂ ସେମାନେ ସବୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।