ଦୁର୍ଘଟଣାରେ ହିନ୍ଦୀ ସାହିତ୍ୟିକ ଗଙ୍ଗା ପ୍ରସାଦ ବିମଳଙ୍କ ପରଲୋକ

ଶ୍ରୀଲଙ୍କାରେ ହୋଇଥିଲା ସଡ଼କ ଦୁର୍ଘଟଣା

ନୂଆଦିଲ୍ଲୀ: ହିନ୍ଦୀ ସାହିତ୍ୟ ଜଗତର ପ୍ରସିଦ୍ଧ ସାହିତ୍ୟିକ ଗଙ୍ଗା ପ୍ରସାଦ ବିମଳଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ତେବେ ଶ୍ରୀଲଙ୍କାରେ ତାଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି ।

ରିପୋର୍ଟ ଅନୁଯାୟୀ, ସୋମବାର ଦକ୍ଷିଣ କୁରୁନ୍ଦୁଗାହେତେକମା ଅଂଚଳରେ ଏକ ଭ୍ୟାନ ସହିତ ଟ୍ରକ ଧକ୍କା ହେବାରୁ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ସମୟରେ ବିମଳ ନିଜ ପରିବାର ଲୋକଙ୍କ ସହିତ ଭ୍ୟାନରେ ବସିଥିଲେ । ଦୁର୍ଘଟଣାରେ ତାଙ୍କ ପରିବାରର ୨ ଜଣ ସଦସ୍ୟ ଓ ଭ୍ୟାନର ଚାଳକଙ୍କ ମୃତ୍ୟୁ ହୋଇଛି । ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ, ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଓ କେନ୍ଦ୍ରୀୟ ହିନ୍ଦୀ ପ୍ରତିଷ୍ଠାନ ସମେତ ଅନ୍ୟ ସଂସ୍ଥାରେ ପ୍ରମୁଖ ଦାୟିତ୍ୱ ତୁଲାଇଥିବା ବିମଳଙ୍କ ୮୦ ବର୍ଷ ବୟସର ଥିଲେ ।

ଏହି ବିଖ୍ୟାତ ସାହିତ୍ୟିକ ଜଣେ କବି, ସମୀକ୍ଷକ ଓ ଅନୁବାଦକ ଥିଲେ । ବର୍ଷ ୧୯୩୯ରେ ଉତରାଖଣ୍ଡର ଉତ୍ତରକାଶୀରେ ସେ ଜନ୍ମ ହୋଇଥିଲେ । ତାଙ୍କର ପ୍ରସିଦ୍ଧ କବିତା ସଂଗ୍ରହ ହେଉଛି, ବୋଧୀ ବୃକ୍ଷ, ଇତନା କୁଛ, ସନ୍ନାଟେ ସେ ମୁଠଭେଡ, ମେ ୱାହାଁ ହୁଁ ଆଦି ଲୋକପ୍ରିୟ ହୋଇପାରିଛି । ସେ କିଛି ଗପ, ଆଲୋଚନା ଓ ନାଟକ  ମଧ୍ୟ ଲେଖିଛନ୍ତି ।