ଭୁବନେଶ୍ୱର : ମାଓପ୍ରଭାବିତ ଏସ୍ଆର୍ଇ ଜିଲ୍ଲା ତାଲିକାରୁ ବାଦ୍ ପଡ଼ିଲା ରାଜ୍ୟର ୫ଟି ଜିଲ୍ଲା । ଅନୁଗୁଳ, ବୌଦ୍ଧ, ସମ୍ବଲପୁର, ଦେବଗଡ଼ ଏବଂ ନୟାଗଡ଼ ଜିଲ୍ଲା । ସୁରକ୍ଷା ସମ୍ପର୍କୀତ ଖର୍ଚ୍ଚ ଏସ୍ଆର୍ଇରୁ ବାଦ୍ ପଡ଼ିଛି । ଏ ନେଇ ରାଜ୍ୟ ସରକାର ଅନୁମୋଦନ କରିଥିବା ସୂଚନା ମିଳିଛି । ୫ଜିଲ୍ଲା ବାଦ୍ ପଡ଼ିଥିବା ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ପୁଲିସ ମହାନିର୍ଦ୍ଦେଶକ । ଏସବୁ ଜିଲ୍ଲାରେ ସୁରକ୍ଷା ସ୍ଥିତିରେ ସୁଧାର ଆସିବା ପରେ ଏଭଳି ପଦକ୍ଷେପ ନିଆଯାଇଛି ।
ପୂର୍ବରୁ ୨୦୧୮ରେ ୬ଟି ଜିଲ୍ଲା ଯାଜପୁର, ଢ଼େଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ମାଓପ୍ରଭାବିତ ଏସ୍ଆର୍ଇ ଜିଲ୍ଲା ତାଲିକାରୁ ବାଦ୍ ଦିଆଯାଇଥିଲା । ଏହି ମାଓପ୍ରବଣ ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ଏସ୍ଆର୍ଇ ଯୋଜନାରେ ବିକାଶମୂଳକ କାମ ଚାଲୁ ରହିଥିଲା । ରାଜ୍ୟରେ ମାଓ ଗତିବିଧି ହ୍ରାସ ପାଉଥିବାରୁ ରାଜ୍ୟ ସରକାର ଏଭଳି ନିଷ୍ପତି ନେଇଛନ୍ତି ।