ରେଡ ଜୋନରେ ସାମିଲ ହେଲା ଅନୁଗୁଳ

ଅନୁଗୁଳ: ଆଜି ସକାଳୁ ଅନୁଗୁଳ ଜିଲ୍ଲାରେ ୧୩ କରୋନା ଚିହ୍ନଟ ହେବା ପରେ ଅନୁଗୁଳକୁ ରେଡ ଜୋନରେ ଘୋଷଣା କରାଯାଇଛି । ଏ ନେଇ ଅନୁଗୁଳ ଜିଲ୍ଲାପାଳ ମନୋଜ ମହାନ୍ତି ସୂଚନା ଦେଇଛନ୍ତି । ଅନୁଗୁଳର ୧୩ ଜଣଙ୍କ ମଧ୍ୟରୁ ୧୧ଜଣ ହେଉଛନ୍ତି ସୁରତ ସୁରତ ଫେରନ୍ତା ଓ ଜଣେ ମହାରାଷ୍ଟ୍ର ଫେରନ୍ତା ବୋଲି ସୂଚନା ଦିଆଯାଇଛି। ଅପରପକ୍ଷରେ ଜଣେ କରୋନା ଆକ୍ରାନ୍ତ ସ୍ଥାନୀୟ ବ୍ୟକ୍ତି ବୋଲି କୁହାଯାଇଛି। ସୂତ୍ର ଅନୁସାରେ, ଆକ୍ରାନ୍ତ ଅନୁଗୁଳ ବାସିନ୍ଦା ଓ ଭୁବନେଶ୍ୱରରେ ରହନ୍ତି। .ସେ ନିକଟରେ ନିକଟରେ ଅନୁଗୁଳ ଆସିଥିଲେ ଓ  ବହୁ ଲୋକଙ୍କ ସହ ମିଶିଛନ୍ତି।