ସୁସ୍ଥତା ତାଲିକାରେ ଅଷ୍ଟମ ସ୍ଥାନରେ ଓଡିଶା

ଭୁବନେଶ୍ୱର: ପ୍ରତିଦିନ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢୁଥିବା ବେଳେ ତାଳ ଦେଇ ବଢୁଛି ସୁସ୍ଥତା ହାର । ଭାରତରେ ୨୪ ଘଣ୍ଟାରେ ସର୍ବାଧିକ ସୁସ୍ଥତା ହାର ରେକର୍ଡ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ, ୨୪ ଘଣ୍ଟାରେ ପୁନରୁଦ୍ଧାର ହୋଇଥିବା ମାମଲା ମଧ୍ୟରୁ ୭୪ % ମାମଲା ୧୦ ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରୁ ଆରୋଗ୍ୟ ହୋଇଛନ୍ତି ।

ବୁଧବାର ଦିନ ଓଡିଶାରେ ୪୦୫୨ ରୋଗୀ ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି। ୪.୬ ପ୍ରତିଶତ ସୁସ୍ଥତା ହାର ସହ ଓଡିଶା ଅଷ୍ଟମ ସ୍ଥାନରେ ରହିଛି । ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ଏବଂ ଉତ୍ତରପ୍ରଦେଶ ପ୍ରଥମ ତିନୋଟି ସ୍ଥାନରେ ରହିଛନ୍ତି। ଏହାତଳକୁ ରହିଛି ପଶ୍ଚିମବଙ୍ଗ ଏବଂ କେରଳ ।