ମାଲକାନଗିରିରେ ମାଓ କ୍ୟାମ୍ପ ଧ୍ବଂସ, ଜବତ ହେଲା ବିପୁଳ ମାଓ ସାମଗ୍ରୀ

ମାଲକାନଗିରି: ଜାନୁଆରୀ ୮ରୁ ୧୩ତାରିଖ ମାଲକାନଗିରିରେ ମାଓ ଅପରେସନ। ଘନ ଘନ ଗୁଳିର ତୁହାକୁ ତୁହା ବର୍ଷଣ । ୫ଦିନ ଓ ୪ରାତିର ମିଳିତ ଅପରେସନ। ଘାଟି ପରେ ଘାଟି ପାଦଚଲା ବାଟ ଦେଇ ଜଙ୍ଗଲ ଭିତରେ ୩୦୦ କମାଣ୍ଡ ଜାରି ରଖିଥିଲେ ମାଓ କ୍ଲିନ ଅପରେସନ। ଲୋକଙ୍କ ଆସ୍ଥାଭାଜନ ହୋଇ ପୋଲିସ କଲା ମାଓ ଖୁଲାସା। ଠାବ ହେଲା ମାଓବାଦୀଙ୍କ ଗୁପ୍ତ କ୍ୟାମ୍ପ ବା ଡମ୍ପ ଏରିଆ। ଜବତ ହେଲା ଇନସାସ ମେସିନ ଗନ ଭଳି କାର୍ବାଇନ ଷ୍ଟେନଗନ, ଏସଏଲଆର ରାଇଫଲ, ଅପଟିକାଲ ସାଇଟ ଭଳି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର।

ପ୍ରଥମଥର ପାଇଁ ଓଡିଶାରେ ମାଓବାଦୀଙ୍କ ଜବତ ହେଲା ରେକର୍ଡ ସଂଖ୍ୟକ ମାଓସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର। ଯାହା ଓଡିଶା ଇତିହାସର ଏକ ବଡ ଅଭିଯାନ ବୋଲି ପୋଲିସ ଡିଜି କହିଛନ୍ତି।ତେବେ ଜୋଡାମ୍ବ ଓ ପେପରମେଟଲାକୁ ସଂଯୋଗୀକରଣ ଦେଇଥିଲା ସଫଳତା। ସଂଯୋଗ କରୁଥିବା ୭କିମି ଘାଟିରେ ୨୦ ଫୁଟିଆ ରାସ୍ତା ପୋଲିସ ଅପରେସନ ପାଇ ସହଜ ହେଲା। ଏପରିକି ୭୦ ପ୍ରତିଶତ ଲୋକଙ୍କ ଆସ୍ଥାଭାଜନ ପାଇଁ ଗୋଟିଏ ପରେ ଗୋଟି ମାଓ କ୍ୟାମ୍ପର ସୁରାକ ମିଳିଥିଲା।