ବେଙ୍ଗାଲୁରୁ : କର୍ଣ୍ଣାଟକରେ ଚାଲିଥିବା ପଲିଟିକାଲ୍ ହାଇ ଡ୍ରାମାରେ ଅନ୍ତ ଘଟୁ ନାହିଁ । ପ୍ରତ୍ୟେକ ଦିନ କିଛି ଅଜବ ଘଟଣା ସାମ୍ନାକୁ ଆସୁଛି । ବାଚସ୍ପତିଙ୍କ ନିକଟରେ ହାଜର ହେବା ପାଇଁ ବିଦ୍ରୋହୀ ବିଧାୟକମାନେ ଅଧିକ ସମୟ ମାଗିଛନ୍ତି । ୧୩ ଜଣ ବିଦ୍ରୋହୀ ବିଧାୟକମାନେ ଆଉ ୪ ସପ୍ତାହ ସମୟ ମାଗିଛନ୍ତି । ଏ ନେଇ ବିଧାୟକମାନେ କର୍ଣ୍ଣାଟକ ବିଧାନସଭା ବାଚସ୍ପତି କେ ଆର୍ ରମେଶ କୁମାରଙ୍କୁ ଏକ ଚିଠି ଲେଖି ଜଣାଇଛନ୍ତି ।
କର୍ଣ୍ଣାଟକ ବିଧାନସଭାରେ ଆଜି ସନ୍ଧ୍ୟା ୬ଟାରେ ଶକ୍ତି ପରୀକ୍ଷା ହେବାର ରହିଛି । ଅନ୍ୟପକ୍ଷରେ ଅନାସ୍ଥାପ୍ରସ୍ତାବରେ ଦେଖାଯାଉଥିବା ବିଳମ୍ବ ନେଇ ଭାରତୀୟ ଜନତା ପାର୍ଟିର ବିଧାୟକମାନେ ଅମଙ୍ଗ ଦେଖାଯାଇଛନ୍ତି । ବାଚସ୍ପତି କହିଛନ୍ତି, ମଙ୍ଗଳବାର ସନ୍ଧ୍ୟା ୬ଟା ଯାଏଁ ଅନାସ୍ଥାପ୍ରସ୍ତାବ ଆଗତ କରାଯିବ ।