ଗ୍ରାହକଙ୍କୁ ଭେଟି ଦେବ ଆରବିଆଇ: ଏହି ସବୁ ଜିନିଷ ଉପରେ ଲୋନ ହେବ ଶସ୍ତା

ନୂଆଦିଲ୍ଲୀ:ବ୍ୟାଙ୍କ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର । ଏଣିକି କଂଜ୍ୟୁମର ପ୍ରଡକ୍ଟସ, ମୋବାଇଲ ଫୋନ, ଘର ଉପକରଣ ସାଙ୍ଗକୁ ଯାନବାହାନ କ୍ରୟ ଉପରେ ଲୋନ ମିଳିବ । କାରଣ ଭାରତୀୟ ରିଜର୍ଭ ଲୋନ କଂଜ୍ୟୁମର କ୍ରେଡିଟ ରିିିିିକ୍ସ ୱେଟ ହ୍ରାସ କରିଛନ୍ତି । 

ଭାରତୀୟ ରିଜର୍ଭ ବ୍ୟାଙ୍କ ଜାରି କରିଥିବା ବୟାନ ଅନୁସାରେ, ପୂର୍ବରୁ ଗ୍ରାହକଙ୍କ ଏଜୁକେସନ ଲୋନ ଛାଡ଼ି ଅନ୍ୟ ସବୁ ଲୋନ ଉପରେ ରିକ୍ସ ୱେଟ ୧୨୫ ଥିଲା ବର୍ତ୍ତମାନ ତାହା ହ୍ରାସ କରି ୧୦୦ କରାଯାଇଛି । ଏହା ଦ୍ୱାରା ବ୍ୟକ୍ତିଗତ ଋଣ, କଂଜ୍ୟୁମର ଲୋନ ଉପରେ ସୁଧ ଦର ମଧ୍ୟ କମ ହେବ । କିନ୍ତୁ ବର୍ତ୍ତମାନ କ୍ରେଡ଼ିଟ କାର୍ଡ଼ ପାଇଁ ଏହି ସୁବିଧା ଉପଲବ୍ଧ ରହିବ ନାହିଁ । ଘର ଉପକରଣ ତଥା ଟିଭି ଫ୍ରିଜ, ୱାଶିଂମେସିନ ଭଳି ଜିନିଷ କ୍ରୟ ଉପରେ ଗ୍ରାହକଙ୍କୁ ଫାଇଦା ମିଳିବ । 

ରିକ୍ସ ରେଟ ଏକ କ୍ୟାପିଟାଲ ଯାହା ବ୍ୟାଙ୍କ ଗୁଡ଼ିକର ପ୍ରାବଧାନ ପାଇଁ ରଖାଯାଏଁ । ଯେପରି ଆର୍ଥିକ ସ୍ଥିତିରେ କୈାଣସି ଅସୁବିଧା ଦେଖା ନଯାଏ । ବ୍ୟକ୍ତିଗତ ଋଣ, କ୍ରେଡିଟ କାର୍ଡ଼ ଭଳି ଅନସେକ୍ୟୁରର୍ଡ ଲୋନ ଯଦି ଗ୍ରାହକ ନେଇଥିବା ଋଣ ପରିଶୋଧ ନ କରିପାରନ୍ତି  ତେବେ ଏହି ରିକ୍ସ ୱେଟ ଜରିଆରେ ଭରଣା କରାଯାଏଏ । ତେଣୁ ବ୍ୟାଙ୍କ ଗୁଡ଼ିକରେ ୧୨୫ ପ୍ରତିଶତ ସଂରକ୍ଷିତ ରଖାଯିବା ଜରୁରୀ କରାଯାଇଥିଲା ।