ଜିଡିପି ଅଭିବୃଦ୍ଧି ଆକଳନ ୫%କୁ କମାଇଲା ରିଜର୍ଭ ବ୍ୟାଙ୍କ୍‌

ନୂଆଦିଲ୍ଲୀ: ଗୁରୁବାର ଦିନ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ଏ ବର୍ଷର ପଞ୍ଚମ ଦ୍ୱିମାସିକ ନୀତି ସମୀକ୍ଷାରେ ରୋପୋ ରେଟ୍‌ ପୂର୍ବର ୫. ୧୫%ରେ ଅପରିବର୍ତ୍ତିତ ରଖିଛି।

ରିଜର୍ଭ ବ୍ୟାଙ୍କ୍‌ ଏମ୍‌ପିସିର ସମସ୍ତ ଛଅଜଣଯାକ ସଦସ୍ୟ ସୁଧ କାଟ ବିରୋଧରେ ଭୋଟ୍‌ ଦେଇ ଆବଶ୍ୟକ ବେଳେ କାଟ କରାଯିବ ବୋଲି ମତ ଦେଇଥିଲେ। କିନ୍ତୁ, ରିଜର୍ଭ ବ୍ୟାଙ୍କ୍‌ ସମଗ୍ର ବର୍ଷ ଲାଗି ଜିଡିପି ଅଭିବୃଦ୍ଧି ଆକଳନକୁ ୬. ୧%ରୁ ହ୍ରାସ କରି ୫% କରିଛି।

ଘୋଷଣା ପରେ ରିଲିଜ୍‌ ହୋଇଥିବା ଏକ ବିବୃତିରେ ରିଜର୍ଭ ବ୍ୟାଙ୍କ୍‌ କହିଛି: ଦ୍ୱିତୀୟ କ୍ୱାର୍ଟର୍‌ରେ ଜିଡିପି ଅଭିବୃଦ୍ଧି ଆକଳନ ଠାରୁ ଯଥେଷ୍ଟ କମ୍‌ ରହିଛି। କେତେକ ହାଇ-ଫ୍ରିକ୍ୱେନ୍‌ସି ସୂଚକ ପ୍ରସ୍ତାବ ଦେଇଛନ୍ତି ଯେ ଅଭ୍ୟନ୍ତର ଓ ବାହ୍ୟ ଚାହିଦା ଅବସ୍ଥା ଦୁର୍ବଳ ରହିଛି। ପ୍ରାଥମିକ ଫଳାଫଳ ଆଧାରରେ ରିଜର୍ଭ ବ୍ୟାଙ୍କ୍‌ର ଇଣ୍ଡଷ୍ଟ୍ରିଆଲ୍‌ ଆଉଟ୍‌ଲୁକ୍‌ ସର୍ଭେର ସୂଚକାଙ୍କ ଆଶା କରିଥିଲା କି, ଚତୁର୍ଥ କ୍ୱାର୍ଟର୍‌ରେ ସାମଗ୍ରିକ ବ୍ୟବସାୟ ସେଣ୍ଟିମେଣ୍ଟ୍‌ ବୃଦ୍ଧି ପାଇବ। କିନ୍ତୁ ଶିଳ୍ପ ଏବଂ ନିର୍ମାଣ ସେକ୍ଟର୍‌ରେ ଏହି ସେଣ୍ଟିମେଣ୍ଟ୍‌ ସ୍ଥାଣୁ ରହିଲା। ଏଥିପାଇଁ ରିଜର୍ଭ ବ୍ୟାଙ୍କ୍‌ ଉଦ୍‌ବେଗ ପ୍ରକାଶ କରିଛି।