ଆରବିଆଇର ବଡ଼ ପଦକ୍ଷେପ: ମ୍ୟୁଚୁଆଲ ଫଣ୍ଡ କମ୍ପାନୀଙ୍କୁ ୫୦ ହଜାର କୋଟିର ସହାୟତା

ନୂଆଦିଲ୍ଲୀ: ମ୍ୟୁଚୁଆଲ ଫଣ୍ଡ କମ୍ପାନୀଗୁଡ଼ିକ ଆର୍ଥିକ କ୍ଷେତ୍ରରେ ପ୍ରଭାବିତ ହେଉଥିବାବେଳେ ସେମାନଙ୍କୁ ସହାୟତା କରିବାକୁ ଆଗେଇ ଆସିଛି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)। ଆରବିଆଇ ପକ୍ଷରୁ ମ୍ୟୁଚୁଆଲ ଫଣ୍ଡ କମ୍ପାନୀଗୁଡ଼ିକୁ ୫୦ ହଜାର କୋଟି ଟଙ୍କାର ସ୍ୱତନ୍ତ୍ର ଲିକ୍ବିଡିଟି ସହାୟତା ପ୍ରଦାନ ପାଇଁ ଘୋଷଣା କରାଯାଇଛି। ଏହି ପ୍ରସଙ୍ଗରେ ଆରବିଆଇ ସତର୍କ ଥିବା କହିବା ସହିତ କରୋନା ଭୂତାଣୁ ଯୋଗୁ ସୃଷ୍ଟି ହୋଇଥିବା ଆର୍ଥିକ ସଙ୍କଟକୁ ହ୍ରାସ କରିବା ଏବଂ ବିତ୍ତୀୟ ସ୍ଥିରତା ବଜାୟ ରକିବା ପାଇଁ ସବୁ ପ୍ରକାର ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି। ଆରବିଆଇ ଫିକ୍ସ ରେପୋ ରେଟ୍‌ ଉପରେ ୯୦ ଦିନ ଅବଧିର ଏକ ରେପୋ ଅପରେଶନ ଆରମ୍ଭ କରିବ ବୋଲି କହିଛି।