୭ ରାଷ୍ଟ୍ରାୟତ ବ୍ୟାଙ୍କ ଉପରେ ଜରିମାନା ଲଗାଇଲା ରିଜର୍ଭ ବ୍ୟାଙ୍କ

ନୂଆଦିଲ୍ଲୀ : ବିଭିନ୍ନ ନିୟମ ଉଲ୍ଲଙ୍ଘନ କରିଥିବାରୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ୭ଟି ରାଷ୍ଟ୍ରାୟତ ବ୍ୟାଙ୍କ ଉପରେ ମୋଟ ୧୧ କୋଟି ଟଙ୍କାର ଜରିମାନା ଲଗାଯାଇଛି । ଏସବୁ ବ୍ୟାଙ୍କମାନେ ନୂଆ ଆକାଉଣ୍ଟ ଖୋଲିବା ଓ ମନିଟରିଂ କରିବା, ବାଲାନ୍ସ ସିଟରେ ଫଣ୍ଡ ରିପୋର୍ଟିଂ ଆଦି କ୍ଷ୍ରେରେ ଥିବା ନିୟମର ଉଲ୍ଲଙ୍ଘନ କରିଥିବା ଜଣାପଡିବା ପରେ ରିଜର୍ଭ ବ୍ୟାଙ୍କ ଏହି ପଦକ୍ଷେପ ନେଇଛନ୍ତି ।

ଏହି ୭ଟି ବ୍ୟାଙ୍କ ହେଲେ ବ୍ୟାଙ୍କ ଅଫ ବରୋଦା, ବ୍ୟାଙ୍କ ଅଫ ଇଣ୍ଡିଆ, ଇଣ୍ଡିଆନ ଓଭରସିଜ ବ୍ୟାଙ୍କ, ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ । ଏମାନଙ୍କ ଉପରେ ୧.୫ କୋଟି ଲେଖାଏଁ ଜରମାନା ବସାଯାଇଛି । ସେହିପରି ବ୍ୟାଙ୍କ ଅଫ ମହାରାଷ୍ଟ୍ର, ଆହ୍ଲାବାଦ ବ୍ୟାଙ୍କ ଉପରେ ୨ କୋଟି ଟଙ୍କା ଲେଖାଏଁ ଓରିଏଣ୍ଟାଲ ବ୍ୟାଙ୍କ ଅଫ କମର୍ସ ଉପରେ ୧ କୋଟିର ଜରିମାନା ଲଗାଯାଇଛି । ଶୁକ୍ରବାର ଦିନ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏ ସଂପର୍କରେ ସୂଚନା ଦିଆଯାଇଛି ।