ରେପୋ ରେଟ୍ ହ୍ରାସ କଲା ଆରବିଆଇ

ନୂଆଦିଲ୍ଲୀ: ଲକଡାଉନ୍ ପାଇଁ ଅନେକ ଶିଳ୍ପ ସଂସ୍ଥା, ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଥିବାରୁ ଦେଶର ଅର୍ଥନୀତି ପ୍ରଭାବିତ ହୋଇଛି। ଏହାକୁ ନଜରରେ ରଖି ରିଜର୍ଭ ବ୍ୟାଙ୍କ ପୁଣି ଥରେ ବଡ ଘୋଷଣା କରିଛି। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଆଜି ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି ଯେ ରିଭର୍ସ ରେପୋ ରେଟ୍ ୦.୨୫ ପ୍ରତିଶତ କମିଛି। ଏବେ ରେପୋ ରେଟ୍ ୪ ପ୍ରତିଶତରୁ କମି ୩.୭୫ ପ୍ରତିଶତ ହୋଇଛି।

ବ୍ୟାଙ୍କଗୁଡିକ ଯେପରି ଅଧିକ ଋଣ ଦେଇପାରିବେ, ତାହାକୁ ଲକ୍ଷ୍ୟ ରଖି ରିଭର୍ସ ରେପୋ ହାର କଟାଯାଇଛି ବୋଲି ଶକ୍ତିକାନ୍ତ ଦାସ କହିଛନ୍ତି। ଏହା ବ୍ୟତୀତ ବ୍ୟାଙ୍କରେ ନଗଦ ଟଙ୍କା କାରବାର ବୃଦ୍ଧି କରିବାକୁ ସେ ଘୋଷଣା କରିଛନ୍ତି। ଏବେ ବ୍ୟାଙ୍କଗୁଡିକ କୌଣସି ଡିଭିଡେଣ୍ଡ ଘୋଷଣା କରିବେ ନାହିଁ ବୋଲି ସେ କହିଛନ୍ତି।  ଅଶୋଧିତ ତେଲର ଦାମ କମିଛି। ଉତ୍ପାଦନ କମିବାରୁ ଦାମ କମିଛି ବୋଲି ଶକ୍ତିକାନ୍ତ ଦାସ କହିଛନ୍ତି।