ଦୁର୍ନୀତି ଅଭିଯୋଗରେ ରାୟଗଡ଼ା ଡିଏଫଓ ନିଲମ୍ବିତ

ରାୟଗଡ଼ା: ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ରାଜ୍ୟ ସରକାର ଛାଡୁ ନାହାନ୍ତି। ସରକାର ଶନିବାର ରାୟଗଡ଼ା ବନଖଣ୍ଡର ଡିଏଫ୍‌ଓ ଦେବାର୍ଚ୍ଚନ ବେହେରାଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି। ଡିଏଫ୍‌ଓ ଦେବାର୍ଚ୍ଚନଙ୍କ ନାଁରେ ଦୁର୍ନୀତି, ଅନିୟମିତତା, ଯୌନ ନିର୍ଯାତନା ଅଭିଯୋଗ ଥିଲା। ସରକାରୀ କୋଠା, ବାମ୍ବୋ କଟେଜ ନିର୍ମାଣରେ ଦେବାର୍ଚ୍ଚନ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଥିଲା। ସେହିପରି କାର୍ଯ୍ୟକ୍ଷେତ୍ରରେ ସେ ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ନେଇ ସେ ଆଉ କେଉଁ ସବୁ ଦୁର୍ନୀତି ସହ ଜଡ଼ିତ ତାହାର ତଦନ୍ତ ଚାଲିଛି।