ପୁଣି ଥରେ ରବି ଶାସ୍ତ୍ରୀ ହେଲେ ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ କୋଚ୍

ମୁମ୍ବାଇ: ବହୁ କଳ୍ପନା ଜଳ୍ପନା ପରେ ପୁଣି ଥରେ ରବି ଶାସ୍ତ୍ରୀଙ୍କୁ ଭାରତୀୟ କ୍ରିକେଟ୍ ଦଳର ମଖ୍ୟ କୋଚ୍ ରୂପେ ନିଯୁକ୍ତ କରାଯାଇଛି। ଶୁକ୍ରବାର ଭାରତର ପ୍ରଥମ ବିଶ୍ଵକପ୍ ବିଜେତା ଦଳର ଅଧିନାୟକ କପିଲ ଦେବଙ୍କ ଅଧ୍ୟକ୍ଷତାରେ ଗଠିତ ପରାମର୍ଶଦାତା କମିଟି କୋଚ୍ ପଦ ପାଇଁ ସାକ୍ଷାତକାର ନେଇଥିଲେ। ମୁମ୍ବାଇରେ କ୍ରିକେଟ୍ ପରାମର୍ଶଦାତା କମିଟି ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି। 

ସାମ୍ବାଦିକ ସମ୍ମିଳନୀରେ କପିଲ ଦେବ କହିଛନ୍ତି ଯେ, ତୃତୀୟ ନମ୍ବରରେ ଅଷ୍ଟ୍ରେଲିଆର ଟମ୍ ମୁଡି ଏବଂ ଦ୍ଵିତୀୟରେ ନ୍ୟୁଜିଲାଣ୍ଡର ମାଇକ ହେସନ ରହିଛନ୍ତି।  ତିନି ସଦସ୍ୟ କପିଲ, ଶାନ୍ତା ରଙ୍ଗାସ୍ଵାମୀ ଓ ଅଂଶୁମାନ ଗାଏକଓ୍ଵାଡ ସମସ୍ତଙ୍କୁ ଅଲଗା ଅଲଗା ପଏଣ୍ଟ ଦେଇଥିଲେ।