ପୁଣି ଥରେ ଟିମ୍ ଇଣ୍ଡିଆର କୋଚ ହେବେ ରବି ଶାସ୍ତ୍ରୀ !

ନୂଆଦିଲ୍ଲୀ: ରବି ଶାସ୍ତ୍ରୀ ଭାରତୀୟ ଦଳର କୋଚ ହୋଇ ରହିପାରନ୍ତି । ଆଗାମୀ ୨ ବର୍ଷା ଯାଏଁ ତାଙ୍କୁ ଏକସଟେନସନ୍ ମିଳିବ ବୋଲି କୁହାଯାଉଛି । ଗତ ମାସରେ ଶାସ୍ତ୍ରୀଙ୍କର କାର୍ଯ୍ୟକାଳ ଶେଷ ହୋଇଥିଲା । ଏହାପରେ ବିସିସିଆଇ ନୂଆ କୋଚ...

ନୂଆଦିଲ୍ଲୀ: ରବି ଶାସ୍ତ୍ରୀ ଭାରତୀୟ ଦଳର କୋଚ ହୋଇ ରହିପାରନ୍ତି । ଆଗାମୀ ୨ ବର୍ଷା ଯାଏଁ ତାଙ୍କୁ ଏକସଟେନସନ୍ ମିଳିବ ବୋଲି କୁହାଯାଉଛି । ଗତ ମାସରେ ଶାସ୍ତ୍ରୀଙ୍କର କାର୍ଯ୍ୟକାଳ ଶେଷ ହୋଇଥିଲା । ଏହାପରେ ବିସିସିଆଇ ନୂଆ କୋଚ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଥିଲା । ବର୍ତମାନର କୋଚ ହୋଇଥିବାରୁ ଶାସ୍ତ୍ରୀଙ୍କୁ ଆଗାମୀ କିଛି ଗସ୍ତ ପାଇଁ କୋଚ ଦାୟିତ୍ୱ ମିଳିଛି ।

ଟାଇମସ୍ ଅଫ ଇଣ୍ଡିଆର ସୂଚନାନୁସାରେ, ଶାସ୍ତ୍ରୀଙ୍କୁ ୨୦୨୧ ଯାଏଁ କୋଚ ଭାଗେ ଦଳରେ ରଖାଯିବ । ଅଧିନାୟକ ବିରାଟ କୋହଲିଙ୍କ ସହ ଦଳର ଅନେକ ଖେଳାଳି ଶାସ୍ତ୍ରୀଙ୍କୁ ପୁଣିଥରେ କୋଚ କରିବା ପାଇଁ ସମର୍ଥନ କରୁଛନ୍ତି । ଇଣ୍ଡିଜ ଗସ୍ତ ପୂର୍ବରୁ କୋହଲି ଆଉ ଥରେ ଶାସ୍ତ୍ରୀଙ୍କୁ କୋଚ ଭାବେ ଦେଖିବାକୁ ଚାହାନ୍ତି ବୋଲି କହିଥିଲେ । ଆସନ୍ତା ୨ ବର୍ଷ ମଧ୍ୟରେ ଭାରତ ଆଇସିସି ଟେଷ୍ଟ ଚାମ୍ପିୟନସିପ ସହ ଦୁଇଟି ଟି୨୦ ବିଶ୍ୱକପ ଖେଳିବ  ।

Spread the love
Categories
ସ୍ପୋର୍ଟସ

RELATED BY