ରେଭେନ୍ସାରେ ବାସୁଛି ଦୁର୍ନୀତିର ଗନ୍ଧ,୧୪ କୋଟି ନିଅଣ୍ଟିଆ ବଜେଟରେ ଚାଲିଛି ବିଶ୍ବ ବିଦ୍ୟାଳୟ

କଟକ : ରେଭେନ୍ସାରେ ଦୁର୍ନିତୀ ଅଭିଯୋଗ ସତ୍ୟତା ପଦାକୁ ଆସିଛି । ୟୁଜିସି ଗାଇଡ ଲାଇନ ଉଲଙ୍ଘନ କରି ନିଯୁକ୍ତି, ବିନା ଟେଣ୍ଡରେ କମ୍ପୁଟର କିଣା ଓ ଭିସିଙ୍କ ଟ୍ରାଭଲ୍ସ ଖର୍ଚ୍ଚରେ ଅନିୟମିତତା ଧରାପଡିଛି । ଉଚ୍ଚଶିକ୍ଷା ବିଭାଗର ତଦନ୍ତରୁ ପଦାକୁ ଆସିଛି ଦୁର୍ନିତୀର ଗନ୍ଧ । ଅନୀୟମୀତତାର  ତଦନ୍ତ କରୁଥିବା ଅତିରିକ୍ତ ସଚିବ ଏହି ସୂଚନା ଦେବା ସହ ସରକାରଙ୍କୁ ରିପୋର୍ଟ ଦେଇଛନ୍ତି । ସେପଟେ ଦୁର୍ନୀତିକୁ ନେଇ ରେଭେନ୍ସା କର୍ତ୍ତୃପକ୍ଷ ମୁହଁ ଖୋଲି ନଥିବା ବେଳେ ଏବେ ଅପେକ୍ଷା ସରକାରଙ୍କ କାର୍ଯ୍ୟନୁଷ୍ଠାନକୁ ।

ରେଭେନ୍ସାରେ ଦୁର୍ନୀତିର ଗନ୍ଧ । କୋଟି କୋଟି ଟଙ୍କାର ଦୁର୍ନୀତି ଅଭିଯୋଗର ସତ ପଦାକୁ ଆସିଛି । ଏମିତି ଅନୀୟମିତାକୁ ଧରିଛି  ଉଚ୍ଚଶିକ୍ଷା ବିଭାଗ । ୟୁଜିସି ଗାଇଡ ଲାଇନକୁ ଉଲଙ୍ଘ କରି କଣ୍ଟ୍ରାଟୁଆଲ ଫାକଲଟି, ଗେଷ୍ଟ ଫାକଲଟି ଓ ପିଏଚଡି ଗାଇଡଙ୍କୁ ନିଯୁକ୍ତି ଦେବା କ୍ଷେତ୍ରରେ ଅନିୟମିତାକୁ ଧରିଛନ୍ତି ରେଭେନ୍ସା ଦୁର୍ନିତୀର ତଦନ୍ତ କରୁଥିବା ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ । ଏହା ସହ ବିନା ଟେଣ୍ଟରେ କମ୍ପୁଟର କିଣା,ନିର୍ମାଣ କାମରେ କୋଟି କୋଟି ଟଙ୍କା ହେରଫେର ହୋଇଥିବା ଜଣାପଡିଛି । ସେହିପରି ଟେଣ୍ଡରେ ଅନିୟମିତତା କରାଯାଇ ଏଲ ଓ୍ବାନ ବଦଳରେ ଏଲ ଟୁକୁ ଟେଣ୍ଟର ଦିଆଯାଇ ଅର୍ଥ ହେରଫେର ହୋଇଛି । ଏଥି ସହିତ ଭିସିଙ୍କ ଟ୍ରାଭଲ ଅକ୍ସେପେନ୍ସ ବାବଦରେ ମଧ୍ୟ ଅର୍ଥ ହେରଫେର ଧରିଛନ୍ତି ଉଚ୍ଚ ଶିକ୍ଷା ବିଭାଗ । ୧୪ କୋଟି ନିଅଣ୍ଟିଆ ବଜେଟରେ ଚାଲିଥିବା ରେଭେନ୍ସାର ଅନିୟମିତତା ରିପୋର୍ଟ ରାଜ୍ୟ ସରକାରଙ୍କୁ ଦେବେ ତଦନ୍ତ କରୁଥିବା ଉଚ୍ଚଶିକ୍ଷା ଅତିରିକ୍ତ ସଚିବ ।

ସୋମବାର ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ ପ୍ରଶାନ୍ତ ଦାସ ରେଭେନ୍ସା କୂଳପତିଙ୍କ କାର୍ଯ୍ୟାଳୟରେ ପହଞ୍ଚି କୂଳପତିଙ୍କୁ ଭେଟିବା ସହଲ ଅନୀୟମିତତାର ତଦନ୍ତ କରିଥିଲେ ।  ତଦନ୍ତ ସମୟରେ ସମସ୍ତ ନଥିପତ୍ର ଦେଇଥିଲେ ରେଭେନ୍ସା କତ୍ତୃପକ୍ଷ । ଯେଉଁଥିରେ କମ୍ପୁଟର କିଣା ଦୁର୍ନିତି ଠଆରୁ ଆରମ୍ଭ କରି ଅତିଥି ଅଧ୍ୟାପକ ନିଯୁକ୍ତିରେ ମଧ୍ୟ ଦୁର୍ନିତି ହଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ସେପଟେ ଦୁର୍ନିତି ନେଇ ରେଭେନ୍ସା କର୍ତ୍ତୃପକ୍ଷ କିନ୍ତୁ ମୁହଁ ଖୋଲିବାକୁ ନାରାଜ ।

ଗତ ତିନି ବର୍ଷ ଭିତରେ ନିଯୁକ୍ତି ଓ ନିର୍ମାଣ କାମ ଠୁ ଆରମ୍ଭ କରି ରେଭେନ୍ସାରେ ଅନେକ ଅନିୟମିତତା ହୋଇଥିବା ରାଜ୍ୟପାଳ ଓ ରାଜ୍ୟ ସରକାରଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗକୁ ଆଧାର କରି ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ଜଣେ ଅତିରିକ୍ତ ସଚିବ ତଦନ୍ତ କରି ରାଜ୍ୟ ସରକାରଙ୍କୁ ରପୋର୍ଟ ଦେବାକୁ ନିର୍ଦେଶ ଦେଇଥିଲେ ।