ପାଳଘର ହତ୍ୟାକାଣ୍ଡ: ୨ ଶିଶୁଙ୍କ ପାଠ ପଢ଼ା ଖର୍ଚ୍ଚ ତୁଲାଇବେ ରବୀନା

ମୁମ୍ବାଇ: ମହାରାଷ୍ଟ୍ର ପାଳଘରଠାରେ ସାଧୁମାନଙ୍କ ସମେତ ଜଣେ ୩୫ ବର୍ଷୀୟ ବାହନ ଚାଳକ ନୀଲେଶ ତେଲଗଡେଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା । ନୀଲେଶଙ୍କ ପରିବାରରେ ତାଙ୍କର ମା’ ଓ ପତ୍ନୀଙ୍କ ବ୍ୟତୀତ ୨ ଜଣ ଶିଶୁ ଅଛନ୍ତି । ବଲିଉଡ ଅଭିନେତ୍ରୀ ରବୀନା ଟଣ୍ଡନ ବାହନ ଚାଳକଙ୍କ ୨ ଶିଶୁଙ୍କୁ ପଢ଼ାଇବାକୁ ନିଷ୍ପତି ନେଇଛନ୍ତି ।

ସୂଚନାଯୋଗ୍ୟ, ଗତ ଏପ୍ରିଲ ୧୬ ତାରିଖ ଭୋର ସକାଳୁ ସୁରତ ଅଭିମୁଖେ ଯାଉଥିବା ୨ ଜଣ ସାଧୁ ଓ ଜଣେ ଡ୍ରାଇଭର ନୀଲେଶଙ୍କୁ ପାଳଘର ନିକଟରେ ଏକ ଗ୍ରାମବାସୀ ପିଟିପିଟି ନିର୍ମମ ଭାବେ ହତ୍ୟା କରିଥିଲେ । ନୀଲେଶ ପରିବାରରେ ଏକମାତ୍ର ରୋଜଗାର କରୁଥିବା ବ୍ୟକ୍ତି ଥିଲେ । ତାଙ୍କୁ ହତ୍ୟା କରିବା ପରେ ତାଙ୍କର ପରିବାର ଏବେ ବହୁ କଷ୍ଟରେ ଚଳୁଛି । ତାଙ୍କ ପରିବାରକୁ ଏବେ ବୀଣା କୃଷ୍ଣା ନାମରେ ଜଣେ ବ୍ୟକ୍ତି ସହଯୋଗ କରି ଆସୁଛନ୍ତି । ହେଗଡେ କୁହନ୍ତି ନୀଲେଶ ସାଧୁଙ୍କ ନିୟମିତ ଗାଡ଼ି ଚାଳକ ନଥିଲେ ।

ସେ କହିଛନ୍ତି, ଆମର ପରିଚିତ ପ୍ୟାଟ୍ରିକ ମେଗୀର ଡ୍ରାଇଭର ଥିଲେ । ସେ ସାଧୁମାନଙ୍କୁ ସହଯୋଗ କରୁଥିଲେ । ସନ୍ଥମାନଙ୍କର ନିବେଦନକୁ ରକ୍ଷା କରି ଛାଡ଼ିବାକୁ ସୁରତ ଯାଉଥିଲେ । କିନ୍ତୁ ବାଟରେ ସେମାନଙ୍କୁ ହତ୍ୟା କରାଯାଇଥିଲା । କରୋନା ସଂକଟ ମଧ୍ୟରେ ସହାୟତା ପାଇଁ ଏବେ ନୀଲେଶ ପରିବାର ପାଇଁ ଆର୍ଥିକ ସହାୟତା ମଗାଯାଉଛି । ଏପର୍ଯ୍ୟନ୍ତ ଅଢ଼େଇ ଲକ୍ଷ ଟଙ୍କା ରାଶି ମିଳିଛି । ୪୦ ଲକ୍ଷ ଟଙ୍କା ସଂଗ୍ରହ କରାଯିବା ଲକ୍ଷ ରଖାଯାଇଛି । ଏହି ସହଯୋଗ କାମରେ ବଲିଉଡ ଅଭିନେତ୍ରୀ ରବୀନା ଟଣ୍ଡନ ଯୋଡ଼ି ହୋଇଛନ୍ତି ।