ପବିତ୍ର ରଥଯାତ୍ରାରେ ରାଜ୍ୟ ବିଜେପିର ଶୁଭେଚ୍ଛା

ଭୁବନେଶ୍ୱର: ପବିତ୍ର ରଥଯାତ୍ରା ଅବସରରେ ସାରା ବିଶ୍ୱର ସମସ୍ତ ଜଗନ୍ନାଥ ପ୍ରେମୀ ଏବଂ ସାଢେ ୪ କୋଟି ଓଡିଆଙ୍କୁ ରାଜ୍ୟ ବିଜେପି ସଭାପତି ତଥା ସାଂସଦ ବସନ୍ତ ପଣ୍ଡା ଏବଂ ବିଧାୟକ ଦଳ ନେତା ପ୍ରଦୀପ ନାୟକ ଶୁଭେଚ୍ଛା ଜଣାଇବା ସହ ଅଭିନନ୍ଦନ ଜଣାଇଛନ୍ତି । ଏହି ପବିତ୍ର ଦିନରେ ପ୍ରଭୃ ଜଗନ୍ନାଥ ରାଜ୍ୟବାସୀଙ୍କୁ ସୁଖ ସମୃଦ୍ଧି ପ୍ରଦାନ କରନ୍ତୁ ବୋଲି ଶ୍ରୀ ପଣ୍ଡା ଏବଂ ଶ୍ରୀ ନାୟକ କହିଛନ୍ତି ।