ପହଞ୍ଚିଲା ରଥ ଦଉଡ଼ି

ପୁରୀ : ଶ୍ରୀଜୀଉଙ୍କ ରଥଯାତ୍ରା ପାଇଁ ଆବଶ୍ୟକ ରଥ ଦଉଡି ଶୁକ୍ରବାର ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟରେ ପହଞ୍ଚିଛି। ଓଡ଼ିଶା ସମବାୟ କତା ନିଗମ ପକ୍ଷରୁ ୧୨ଗୋଟି ଟଣା ଦଉଡି ଏବଂ ୩ଟି ଘେର ଦଉଡି ଯୋଗାଇ ଦିଆଯାଇଛି। ଅବଶିଷ୍ଟ ଟଣା ଦଉଡି ଗତବର୍ଷଠାରୁ ବଳକା ରହିଛି। ଚନ୍ଦନପୁର ନିକଟସ୍ଥ ବୀରପ୍ରତାପପୁର କର୍ମଶାଳାରେ କତା ନିଗମ ପକ୍ଷରୁ ରଥ ଦଉଡି ପ୍ରସ୍ତୁତ କରାଯାଇଛି। ଏହାପୂର୍ବରୁ କେରଳ କତା ନିଗମ ରଥ ଦଉଡି ଯୋଗାଉଥିଲା। ଓଡ଼ିଶା କତା ନିଗମ ଗତ କିଛିବର୍ଷ ଧରି ତାହାକୁ ପ୍ରସ୍ତୁତ କରୁଛନ୍ତି। ନିର୍ଦ୍ଧାରିତ ସମୟରେ ରଥ ଦଉଡି ପହଞ୍ଚି ଥିବାରୁ ପ୍ରଶାସନ ଆଶ୍ବସ୍ତ ହୋଇଛି।