ରଥ ଟଣାବେଳେ ଅଘଟଣ : ୨ ମୃତ, ୭ ଗୁରୁତର

ଯାଜପୁର : ରଥ ଟଣାବେଳେ ଅଘଟଣ ଘଟି ୨ ଜଣଙ୍କ ଜୀବନ ଯାଇଥିବାବେଳେ ୭ ଜଣ ଗୁରୁତର ହୋଇଛନ୍ତି । ଏଭଳି ଅଘଟଣ ଘଟିଛି ଯାଜପୁରର କାଳିଆପାଣିରେ । କାଳିଆପାଣିର ଟିସ୍କୋମାଇନ୍ସ କଲୋନୀରେ ରଥ ଟଣାବେଳେ ଏହି ଅଘଟଣ ଘଟିଛି । ରଥ ଟଣାବେଳେ ଲୁହାରେ ନିର୍ମିତ ରଥ ବିଦ୍ୟୁତ ତାର ସଂପର୍ଶରେ ଆସିଥିଲା । ବିଦ୍ୟୁତ ଆଘାତରେ ୨ ଜଣଙ୍କ ରଥରେ ମୃତ୍ୟୁ ହୋଇଥିବାବେଳେ ୭ ଜଣ ଗୁରୁତ୍ବର ଆହାତ ହୋଇଛନ୍ତି । ଆହାତ ମାନଙ୍କୁ ଟାଟା ମେଡିକାଲରେ ଭର୍ତ୍ତି କରାଯାଇଛି ।
ସେପଟେ ଖୋର୍ଦ୍ଧା ବାଲୁଗାଁ ପଲଟଣରେ ରଥ ଟଣାବେଳେ ୮ ବର୍ଷର ବାଳକ ଉପରେ ରଥ ଚଢିଯାଇଛି । ଆହତ ବାଳକକୁ ଚିକିତ୍ସା ଲାଗି ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତାର ଅବସ୍ଥା ସଂଙ୍କଟାପଣ୍ଣ ହେବାରୁ ତାକୁ ଭୁବନେଶ୍ବର ଏମସକୁ ସ୍ଥାନାନ୍ତର କରାଯାଇଛି ।