ଜାଲରେ ପଡିଲା ବିରଳ କାଉମାଛ; ମୂଲ୍ୟ ୩୦ ହଜାର ଟଙ୍କା

ପାରାଦୀପ: ଜଗତସିଂହପୁର ଜିଲ୍ଲା ପାରାଦୀପ ବନ୍ଦରରେ ଆଜି ଜାଲରେ ପଡିଛି ବିରଳ କାଉ ମାଛ । ଯାହାର ଓଜନ ପ୍ରାୟ ୨ କ୍ୱିଂଟାଲ ହେବ । ଏହି ମାଛର ମୁହଁ କାଉର ଥଂଟ ଭଳି ହୋଇଥିବାରୁ ଲୋକେ ଏହାକୁ କାଉମାଛ ବୋଲି କହିଥାନ୍ତି ।

ଏହାକୁ ଦେଖିବା ପାଇଁ ପ୍ରବଳ ଭିଡ଼ ହୋଇଥିଲା | ଏହାକୁ ନୋଳିଆ ସଂପ୍ରଦାୟର ମତ୍ସ୍ୟଜୀବୀମାନେ ଡଙ୍ଗାରେ ଧରିବା ପରେ  ଅଠରବାଙ୍କୀର ବାଲିପ୍ଲଟ୍ ମାଛ ମାର୍କେଟକୁ ଆଣିଥିଲେ |

ସୂଚନାଯୋଗ୍ୟ, ଗତ ମାସରେ ମଧ୍ୟ ଏହିଭଳି କେତୋଟି ଛୋଟ ଛୋଟ କାଉମାଛ ଧରା ଯାଇଥିଲା | ଏହି ମାଛର ଚାହିଦା ଆମ ରାଜ୍ୟରେ ନ ଥିଲେ ମଧ୍ୟ ଏହାକୁ କେରଳ ଭଳି କେତେକ ରାଜ୍ୟରେ ବିକ୍ରୟ କରାଯାଏ | ଗୋଟିଏ କାଉମାଛର ମୂଲ୍ୟ ପ୍ରାୟ ୩୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି କୁହାଯାଉଛି| ଏହି ଘଟଣା ଏବେ ପାରାଦୀପରେ ଚର୍ଚ୍ଚାର ବିଷୟ ହୋଇଛି।