ଛଅ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା: ସ୍ଥାନୀୟ ଅଂଚଳରେ ଉତ୍ତେଜନା

ଖୋର୍ଦ୍ଧା :ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଜଟଣୀ ଥାନା ଅଞ୍ଚଳରେ ଏକ ଛଅ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ଅତି ନିର୍ମମଭାବରେ ହତ୍ୟା କରାଯାଇଥିବା ସୂଚନା ମିଳିଛି । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ପ୍ରକାଶ ପାଇଛି ତୀବ୍ର ଉତ୍ତେଜନା । ଉତ୍ୟକ୍ତ ଲୋକମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ଏହାସହିତ ଅଭିଯୁକ୍ତକୁ ଧରି ନିସ୍ତୁକ ମାଡ ମାରିଛନ୍ତି ଉତ୍ତେଜିତ ଲୋକେ । ଖବର ପାଇ ଘଟଣାସ୍ଥଳରେ ଜଟଣୀ ପୋଲିସ ପହଂଚି ଅଭିଯୁକ୍ତକୁ ଗିରଫ କରି ଅଧିକ ତନାଘନା ଚଳାଇଛି ।