ନାବାଳିକାଙ୍କୁ ଚକୋଲେଟ୍ ପ୍ରଲୋଭନ ଦେଖାଇ ଦୁଷ୍କର୍ମ

ରାଉଲକେଲା: ରାଉଲକେଲାରେ ଲଜ୍ଜା । ଦେଶବ୍ୟାପି ଲକ୍ ଡାଉନ୍ ଚାଲିଥିବାବେଳେ ଜଣେ ୪୫ ବର୍ଷୀୟ ବ୍ୟକ୍ତି ନାବାଳିକାଙ୍କୁ ଚକୋଲେଟର ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଘଟଣାରେ ଅଭିଯୁକ୍ତ ମଧୁସୂଦନପାଲିର ରମେଶ ଦାସକୁ ପ୍ଲାଟସାଇଟ ପୋଲିସ ଗିରଫ କରିଛି l

ମିଳିଥିବା ସୂଚନା ମୁତାବକ, ରାଉରକେଲାର ମଧୁସୂଦନପାଲିରେ ଜଣେ ୪୫ ବର୍ଷିୟ ବିବାହିତ ବ୍ୟକ୍ତି ଘର ଭଡ଼ା ନେଇ ରହୁଥିଲେ । ତାଙ୍କ ପରିବାର ଗାଁରେ ରହୁଥିଲେ । ଏହାର ସୁଯୋଗ ନେଇ ବ୍ୟକ୍ତିଜଣକ ଘର ପାଖରେ ରହୁଥିବା ଜଣେ ୧୦ ବର୍ଷର ନାବାଳିକାକୁ ଚକୋଲେଟର ଲୋଭ ଦେଖାଇ ଘର ଭିତରକୁ ଡାକି ନେଇଥିଲେ । ସେଠାରେ ସେ ନାବାଳିକା ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

ନାବାଳିକାଜଣକ କାନ୍ଦି କାନ୍ଦି ପରିବାର ଲୋକଙ୍କ ଆଗରେ ସବୁ କଥା କହିଥିଲେ l ଗତକାଲି ରାତିରେ ପରିବାରଲୋକ ପ୍ଲାଟସାଇଟ ଥାନାରେ ଏସଂପର୍କରେ ଏତଲା ଦେଇଥିଲେ। ଘଟଣାର ତଦନ୍ତ କରି ପୋଲିସ ଆଜି ସକାଳେ ଅଭିଯୁକ୍ତ ରମେଶକୁ ଗିରଫ କରି ଅନୁସନ୍ଧାନ ଜାରି ରଖିଛନ୍ତି । ଏ ବାବଦରେ ପ୍ଲାଟସାଇଟ ଥାନାରେ ଆଇପିସି ଧାରା ୩୭୬ ଓ ୬ ଏବଂ ପୋକ୍ସୋ ଆକ୍ଟରେ ମାମଲା ଦାୟର ହୋଇଛି ।