ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା;ଦୋଷ ମାନିଲା ଅଭିଯୁକ୍ତ

ରାୟଗଡା: ଜଣେ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ଘଟଣାରେ ଅଭିଯୁକ୍ତ ନିଜର ଦୋଷ ସ୍ୱୀକାର କରିଥିବା ଜଣାପଡିଛି । ତେବେ ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡାର ବନ୍ଦରୀ ଗ୍ରାମରେ ।

ପ୍ରକାଶ ଯେ, ତିନି ଦିନ ତଳେ ଅଭିଯୁକ୍ତ ଜଣକ ନାବାଳିକା ଆଦିବାସୀ ନାବାଳିକାଙ୍କୁ ଟେକି ନେଇ ତାଙ୍କ ସହ ଦୁଷ୍କର୍ମ କରି ହତ୍ୟା କରିଥିଲା। ନାବାଳିକାର ବାପା ଚନ୍ଦ୍ରପୁର ପୋଲିସ ଷ୍ଟେସନ୍‌ରେ ଅଭିଯୋଗ ଆଣିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଘଟଣାର ତଦନ୍ତ କରି ପୋଲିସ ଅଭିଯୁକ୍ତକୁ ଧରିବା ପରେ ପଚରାଉଚରା କରିଥିଲା। ପୋଲିସ ଜେରା ସମୟରେ ଅଭିଯୁକ୍ତ ନିଜ ମୁହଁରେ ନାବାଳିକାଙ୍କୁ ଦୁଷ୍କର୍ମ କରି ହତ୍ୟା କରିଥିବା ସ୍ୱୀକାର କରିଛି।