ପିଉସି ପୁଅ ଭାଇ ୬ ଜଣଙ୍କ ସହ ମିଶି ମାମୁ ଝିଅ ଭଉଣୀକୁ କଲା ଦୁଷ୍କର୍ମ, ଚିତ୍କାର କରିବାରୁ ପୀଡିତାଙ୍କ ହାତ ବ୍ଲେଡରେ କାଟି କଲେ କ୍ଷତାକ୍ତ

ହରିୟାନା : ମାମୁ ଝିଅ ଭଉଣୀକୁ ଛାଡିଲାନି ପିଉସି ପୁଅ ଭାଇ । ନିଜ ୬ ସହଯୋଗୀଙ୍କ ସହ ମିଶି ମାମୁ ଝିଅ ଭଉଣୀଙ୍କୁ କଲେ ଦୁଷ୍କର୍ମ । ପୀଡିତା ପାଟି କରିବାରୁ ବ୍ଲେଡରେ କାଟି କ୍ଷତାକ୍ତ କଲେ । ଏମିତି ଘଟଣା ଘଟିଛି ହରିୟଣା ସହର ଠାରୁ ୨୦୦ ଶହ ମିଟର ଦୂରରେ । ଏକ ସାଇବର କେଫେରେ ଘଟିଛି ଏହି ଘଟଣା । ଘଟଣା ସଂପର୍କରେ ପୁଲିସକୁ ଖବର ଦିଆଯିବାର ୧୦ଘଣ୍ଟା ମଧ୍ୟରେ ପୁଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ନେଇଥିବା ଜଣାପଡ଼ିଛି । ଅନ୍ୟ ଦୁଇ ଜଣଙ୍କୁ ଏବେ ପୁଲିସ ଖୋଜିବା ଆରମ୍ଭ କରିଛି ।

ସୂଚନା ମୁତାବକ, ପୀଡ଼ିତାଙ୍କ ମାମୁ ପୁଅ ଭାଇ ଏବଂ ତାଙ୍କର ଜଣେ ସାଙ୍ଗ ପୀଡ଼ିତାଙ୍କ ଘରକୁ ଆସି ତୁମ ବାପା ଦୁର୍ଘଟଣାର ଶିକାର ହୋଇଥିବା କହିଥିଲେ । ଏହା ଶୁଣି ପୀଡ଼ିତା ଦୁଇ ଜଣଙ୍କ ସହ ବାଇକ୍‌ରେ ବସି ଡ଼ାକ୍ତରଖାନା ବାହାରିଥିଲେ । କିନ୍ତୁ ଦୁଇ ଅଭିଯୁକ୍ତ ପୀଡ଼ିତାଙ୍କୁ ଡ଼ାକ୍ତରଖାନ ନେବା ପରିବର୍ତ୍ତେ ଏକ ସାଇବର କାଫେକୁ ନେଇ ଗଣଦୁଷ୍କର୍ମ କରିଥିଲେ । ଏହି ସମୟରେ ସେଠାରେ ଆଉ ୪ଜଣ ଅଭିଯୁକ୍ତ ଆସି ପହଞ୍ଚିଥିଲେ । ଯେଉଁମାନେ ପୀଡ଼ିତାଙ୍କୁ ୨୦୦ମିଟର ଦୂରରେ ଥିବା ଆଉ ସାଇବର କାଫେକୁ ନେଇ ଗଣଦୁଷ୍କର୍ମ କରିଥିଲେ । ଏହି ସମୟରେ ପୀଡ଼ିତା ସାହାଯ୍ୟ ପାଇଁ ପାଟି କରିବାରୁ ବ୍ଲେଡ଼୍‍ରେ ୫୦ ଥର ତାଙ୍କ ହାତ କାଟିଥିଲେ ଅଭିଯୁକ୍ତ । ଗଣଦୁଷ୍କର୍ମ ପରେ ପୀଡ଼ିତା ବେହୋସ ହୋଇ ଯିବାରୁ ତାଙ୍କୁ ରାସ୍ତାରେ ଉପରେ ଫିଙ୍ଗି ଚାଲି ଯାଇଥିଲେ । ପରେ ପୀଡ଼ିତା ଘରକୁ ଫେରି ସବୁ ଜଣାଇବା ପରେ ଅଭିଯୁକ୍ତ ମାମୁ ପୁଅ ଭାଇର ପରିବାର ଅଭିଯୋଗ ନ କରିବା ପାଇଁ କହିବା ସହ ବିବାହ କରାଇବାକୁ କହିଥିଲେ । କିନ୍ତୁ ପୀଡ଼ିତାଙ୍କ ପରିବାର କାହା କଥା ନ ଶୁଣି ପୁଲିସରେ ଅଭିଯୋଗ କରିବା ପରେ ୪ଜଣଙ୍କୁ ଗିରଫ କରିଛି ପୁଲିସ ।