ପ୍ରେମିକାକୁ ପ୍ରେମିକର ପ୍ରଶ୍ନ ତିନି ମାସର ସଂପର୍କରେ ୭ ମାସର ଗର୍ଭବତୀ କେମିତି ହେଲ ?

ନୋଏଡା : ବିବାହର ପ୍ରଲୋଭନ ଦେଖାଇ ପ୍ରେମିକଙ୍କ ସହ ଶାରୀରିକ ସଂପର୍କ ରଖିଲେ । ଆଉ ଏବେ ଯୁବତୀ ଜଣଙ୍କ ୭ ମାସର ଗର୍ଭବତୀ । ହେଲେ ପ୍ରେମିକାଙ୍କ ବାହା ହେବାକୁ ରାଜି ହେଉନି ଯୁବକ । ମାମଲା ଥାନାରେ ପହଁଚିବା ପରେ ଯୁବକ ଜଣଙ୍କ ନିଜ ପ୍ରେମିକାଙ୍କୁ ଯେଉଁ ପ୍ରଶ୍ନ କରିଛି ତାକୁ ନେଇ ଏବେ ଆଉ ଏକ ବିବାଦ ମୁଣ୍ଡ ଟେକିଛି ପୋଲିସ ତଦନ୍ତ ଆରମ୍ଭ କରିଛି ଘଟଣା ଘଟିଛି ନୋଏଡାର ପେଜ୍‌ ଥ୍ରି ଥାନା ଅଞ୍ଚଳର ।

ଅଭିଯୋଗ ଅନୁଯାୟୀ ଜଣେ ଅବସରପ୍ରାପ୍ତ ପୋଲିସ କର୍ମଚାରୀଙ୍କ ପୁଅ ଜଣେ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ଗତ ସାତ ମାସ ଧରି ଦୁଷ୍କର୍ମ କରି ଆସୁଥିଲା। ଯୁବତୀ ଜଣକ ଏବେ ସାତ ମାସର ଗର୍ଭବତୀ। ଯୁବକ କିନ୍ତୁ ଏବେ ଗର୍ଭବତୀ ଯୁବତୀକୁ ବିବାହ କରିବାକୁ ଏବେ ରାଜି ନ ହେଉଥିବା ହେତୁ ମାମଲା ଥାନାକୁ ଆସିଥିଲା।

ସୂଚନା ଅନୁଯାୟୀ ସେକ୍ଟର ୬୩ ର ଛିଜାଗର୍ସ କଲୋନିରେ ରହୁଥିବା ଯୁବତୀଙ୍କର ବାପା ମାଆଙ୍କର ଦେହାନ୍ତ ହୋଇସାରିଛି। ସେ ଏକ କଂପାନିରେ ଚାକିରି କରେ। କିଛି ମାସ ତଳେ ଯୁବକ ସହିତ ଯୁବତୀର ଦେଖା ହୋଇଥିଲା। ତା’ପରେ ଉଭୟଙ୍କ ଭିତରେ ପ୍ରେମ ସଂପର୍କ ସ୍ଥାପିତ ହେଲା।
ଏହାପରେ ଥରେ ଯୁବତୀକୁ ବିବାହର ପ୍ରଲୋଭନ ଦେଖାଇ ଯୁବକଜଣକ ନିଜ ରୁମ୍‌କୁ ଆଣି ଦୁଷ୍କର୍ମ କରିଥିଲା। ଏବେ ସେ ସାତ ମାସର ଗର୍ଭବତୀ।
ଅପରପକ୍ଷରେ ଅଭିଯୁକ୍ତ ଯୁବକର କହିବା କଥା ହେଲା ଯେ,ଯୁବତୀ ସହିତ ତାର ସଂପର୍କ ମାତ୍ର ତିନି ମାସ ତଳର। ସେ ପ୍ରଶ୍ନ କରିଛି ଯେ,ତିନି ମାସର ସଂପର୍କ ଭିତରେ ଯୁବତୀ କିଭଳି ସାତ ମାସର ଗର୍ଭବତୀ ହେଲେ। ଯୁବତୀ ଜଣକ ଦେହ ବ୍ୟବସାୟରେ ଲିପ୍ତ ବୋଲି ଅଭିଯୋଗ କରିଛି ଯୁବକ। ଖାଲି ସେତିକି ନୁହେଁ ତାକୁ ବ୍ଲାକ୍‌ମେଲ୍‌ କରି ଯୁବତୀଜଣକ ୬୦ ହଜାର ଟଙ୍କା ନେଇଛନ୍ତି ବୋଲି ଅଭିଯୋଗ କରିଛି ଯୁବକ। ଏବେ ପୋଲିସ ମାମଲାର ତଦନ୍ତ ଚଳାଇଛି।