ସୁନ୍ଦରୀ କର୍ମଚାରୀଙ୍କୁ କମ୍ପାନୀ ନିର୍ଦ୍ଦେଶକଙ୍କ ଦୁଷ୍କର୍ମ ଅଭିଯୋଗ

ଭୁବନେଶ୍ୱର :ସୁନ୍ଦରୀ ଝିଅ ଦେଖି ଚାକିରୀ ଦେଲେ । ଆଉ ଚାକିରୀ ଦେବା ପରେ ଘରେ ଛାଡି ଦେବାକୁ କହି କୋଲ୍ଡଡ୍ରିଙ୍କସ୍ରେ ନିଶା ଦେଇ କଲେ ଦୁଷ୍କର୍ମ । ଏୟାର ଓଡିଶା ନିର୍ଦ୍ଦେଶକଙ୍କ ନାଁରେ ଏମିତି ଅବିଯୋଗ ଆଣିଛନ୍ତି ଜଣେ ସୁନ୍ଦରୀ ବଙ୍ଗୀୟ ଯୁବତୀ । କିଛିଦିନର ବ୍ୟବଧାନ ପରେ ପୁଣିଥରେ ବିବାଦ ଘେରକୁ ଆସିଛି ଘରୋଇ ବିମାନ ଉଡାଣ ସଂସ୍ଥା ଏୟାର ଓଡ଼ିଶା । ଏୟାର ଓଡ଼ିଶାର ନିର୍ଦ୍ଦେଶକ (ଅପରେସନ)ସନ୍ତୋଷ ପାଣିଙ୍କ ନାମରେ ଉକ୍ତ ସଂସ୍ଥାରେ କାମ କରୁଥିବା ଜଣେ ବଙ୍ଗୀୟ ଯୁବତୀ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି । ଏନେଇ ଯୁବତୀ ଜଣଙ୍କ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରିବା ସହ ଗତ ଅଗଷ୍ଟ ୧୦ରେ ସନ୍ତୋଷ ପାଣି ତାଙ୍କୁ ଜୋରଜବଦସ୍ତି ଦୁର୍ଷ୍କମ କରିଥିବା ନେଇ କହିଛନ୍ତି ।

ପୀଡ଼ିତା ବଙ୍ଗୀୟ ଯୁବତୀ ଜଣଙ୍କ ଲିଖିତ ଅଭିଯୋଗ ଆଧାରରେ ପୁଲିସ ଏନେଇ ଏକ ଦୁଷ୍କର୍ମ ମାମଲା ନଂ (୪୨୪/୧୮) ରୁଜୁ କରିଛି । ସିଆରପିସିର ଧାରା ୧୬୧ ଆଧାରରେ ପୀଡ଼ିତାଙ୍କ ବୟାନ ରେକର୍ଡ କ୍ୟାପିଟାଲ ଥାନାରେ କରାଯାଇଛି । କ୍ୟାପିଟାଲ ଥାନାରେ ନୂତନ ଭାବେ ନିର୍ମିତ ହୋଇଥିବା ରେକର୍ଡ ରୁମ୍ରେ ପୀଡ଼ିତାଙ୍କ ଅଡ଼ିଓ ରେକଡିଂ କରାଯାଇଥିବା ଖଣ୍ଡଗିରି ଥାନାଧିକାରୀ ହିମାଂଶୁ ଭୂଷଣ ସ୍ୱାଇଁ କହିଛନ୍ତି । ତେବେ ଥାନାରେ ପିଡ଼ୀତା ଜଣଙ୍କ ଦେଇଥିବା ଅଭିଯୋଗ ଅନୁଯାୟୀ, ସେ ୨ ଜୁଲାଇ ୨୦୧୮ରେ ସନ୍ତୋଷ ପାଣିଙ୍କ ଏୟାର ଓଡ଼ିଶା କମ୍ପାନୀରେ ସିକ୍ୟୁରିଟି ସୁପରଭାଇଜର ଭାବେ କାର୍ଯ୍ୟରେ ଯୋଗଦେଇଥିଲେ । କିଛିଦିନ କାମ କରିବା ପରେ ୧୦ ଅଗଷ୍ଟରେ ସନ୍ତୋଷ ପାଣି ତାଙ୍କୁ ଜବରଦସ୍ତି ଘରେ ଛାଡ଼ି ଦେବାକୁ କହି ଗାଡ଼ିରେ ନେଇକି ଗଲେ । ପରେ ସେ ଏକ ମଦ ଦୋକାନ ନିକଟରେ ରଖି ମଦ କିଣିବା ସହ ପରେ air odisha । ପରେ ୧୨ ତାରିଖରେ ସନ୍ତୋଷ ପାଣି ତାଙ୍କୁ ଗାଡ଼ିରେ ନେଇ ନିଜର ଜଣେ ବନ୍ଧୁଙ୍କୁ ସନ୍ତୋଷ ଜାଲିଙ୍କ ସହ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ କରିଛନ୍ତି ।

ଏହି ଅଭିଯୋଗ ସଂକ୍ରାନ୍ତରେ ସନ୍ତୋଷ ପାଣିଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ଅଭିଯୋଗକାରିଣୀ ଯୁବତୀ ଜଣଙ୍କ ପୂର୍ବରୁ ତାଙ୍କ କମ୍ପାନୀରେ ଚାକିରୀ କରିଥିଲେ । ପୂର୍ବରୁ ମଧ୍ୟ ମେଲ୍ ଜରିଆରେ ବହୁ କଥା ଯୁବତୀ ଜଣଙ୍କ ମେସେଜ ଦେଇଛନ୍ତି । ଯୁବତୀ ଜଣଙ୍କ ସହ ଅଫିସର କୌଣସି କର୍ମଚାରୀଙ୍କ ସମ୍ପର୍କ ଭଲ ନୁହେଁ । କାମ ନ କରିବାରୁ କମ୍ପାନୀର ଅନ୍ୟ କର୍ମଚାରୀଙ୍କ ସହ ଝଗଡ଼ା ହେଲା । ପୂର୍ବରୁ ସେ ଯେଉଁ ବିଭାଗରେ କାମ କରୁଥିଲେ ତାହାର ଏଚ୍ଓଡିଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ କରିବା ନେଇ ଧମକାଇଥିଲା । ପରେ ଯୁବତୀ ଜଣଙ୍କ ନିଜ ପଟରୁ ଚାକିରୀରୁ ଇସ୍ତାଫା ଦେଇଦେଇଥିଲେ । ସେ ଯେଉଁ ଅଭିଯୋଗ ଆଣୁଛନ୍ତି ତାହା ଘଟଣା ଦିନ କହିଥିଲେ ଭଲ ହୋଇଥାନ୍ତା । ଏତେ ଦିନ ପରେ ଏହି ଅଭିଯୋଗ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କେବଳ ଟଙ୍କା ନେବା । ଆଉ କିଛି ନୁହେଁ । ଅଭିଯୋଗ ସମ୍ପୂର୍ଣ୍ଣ ଭାବେ ମିଥ୍ୟା ବୋଲି ସନ୍ତୋଷ ପାଣି କହିଛନ୍ତି ।